Odiapua.com

ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀରେ ଦୀପତ୍ସୋବ

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲା ପକ୍ଷରୁ ବନ୍ତ ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀରେ ଦୀପସୋôବ ପାଳିତ ହୋଇଯାଇଛି । ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ଡ. ଭୀମରାଓ ଆମ୍ବେଦକରଙ୍କ ରାଷ୍ଟ୍ର ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା, ଉପ-ସଭାପତି ତପସ୍ୱୀନି ମହାପାତ୍ର, ସାଧରଣ ସମ୍ପାଦକ ତପନ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲ୍ଲା ବିଜେପି ସମ୍ପାଦକ କିଶୋର କିଙ୍କର ପଢିଆରୀ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ. ପ୍ରମୋଦ ଜେନା,ଆଗରପଡା ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ତରଣୀ ସେନ ଜେନା, ସୁବର୍ଣ୍ଣମୁଖୀ ମଣ୍ଡଳ ସଭାପତି ପ୍ରଣବ କୁମାର ରାଉତ,ବଳଦେବଜୀୟୁ ମଣ୍ଡଳ ସଭାପତି ରଞ୍ଜନ ପରିଡା, ଜିଲ୍ଲାପରିଷଦ ସଭ୍ୟ ବଦ୍ରି ନାରାୟଣ ରାଉତ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଉନ୍ନତିବାଳା ଦାସ,ବନ୍ତ ସମିତସଭ୍ୟ ପରମେଶ୍ୱର ବାରିକ,ପୂର୍ବତନ ରାମଚନ୍ଦ୍ରପୁର ସରପଚଂ ପୂର୍ଣ୍ଣଚନ୍ଦ୍ର ରାଉତ,ପୂର୍ବତନ ବସନ୍ତିଆ ସରପଚଂ ଆନନ୍ଦ ଚନ୍ଦ୍ର ଓଝା, ପୂର୍ବତନ ବନ୍ତ ସରପଚଂ କୃପାସିନ୍ଧୁ ସେଠୀ,ପଙ୍କଜିନୀ ଲେଙ୍କା,ପୂର୍ବତନ ରାମପୁର ସରପଚଂ ମନୋଜ ବିଶ୍ୱାଳ, ନେତ୍ରୀ ରୀତାରାଣୀ ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଏହି ଅବସରରେ ସାଂସଦଙ୍କ ସମେତ ପଦାଧିକାରୀ ଓ କାର୍ଯ୍ୟକର୍ତା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୩୫ ଗୋଟି ଦୀପ ଲଗାଇଥିଲେ । ଆମ୍ବେଦକର ଫାଉଣ୍ଡେସନର ସମାଜସେବୀ ପଚାଂନନ ଜେନା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କମଳାକାନ୍ତ ସାହୁ,ଆଇନିଜିବୀ ମାଧବାନନ୍ଦ ଦାସ, ରବିନ୍ଦ୍ର ସେଠୀ, ଚିନ୍ମୟ ମହାପାତ୍ର, ହେମନ୍ତ ମଳିକ,ଜିତେନ୍ଦ୍ର ନାୟକ, ନବ କିଶୋର ଜେନା, ଶଶିକାନ୍ତ ସେଠୀ,ଯଶୋବନ୍ତ ବେହେରା, ବିଳାସ ଦାସ, ସେକ୍ କଲିମୁଦ୍ଦିନ୍‌, ସେକ୍ ସୌକତ୍ ଅଲ୍ଲୀ, ଶଶିକାନ୍ତ ଜେନା, ମଦନ କଟୁଆଳ ପ୍ରମୁଖ ସହଯୋଗ କରିଥିଲେ ।