Odiapua.com

ଆମ୍ବୁଲାନ୍ସ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଯୁବକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ

ନୟାଗଡ଼, ୧୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦଶପଲ୍ଲା ନିକଟ ୫୭ ନଂ ଜାତୀୟ ରାଜପଥ ରଙ୍ଗମାଟିଆ ଢାବାଠାରେ ଆମ୍ବୁଲାନ୍ସ ସହ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟରସାଇକେଲ ଆରୋହୀ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତାଙ୍କୁ ମରଣାନ୍ତକ ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ସହ ମୋଟରସାଇକେଲ ମଧ୍ୟ ଜଳି ଯାଇଛି। ଯୁବକ ଜଣକ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ଶବରକଲୋନୀ ବୋଲି ଜଣାପଡ଼ିଥିବାବେଳେ ସେ ଦେବରରାଜ ନାୟକଙ୍କ ପୁଅ ଅନୁରାଗ ନାୟକ (୨୬)ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଫୁଲବାଣୀରୁ ଗୋଟିଏ ଆମ୍ବୁଲାନ୍ସ ଏକ କରୋନା ଆକ୍ରାନ୍ତକୁ ନେଇ ଭୁବନେଶ୍ୱର ଯାଉଥିବାବେଳେ ବୀପରିତ ପଟୁ ଆସୁଥିବା ଅନୁରାଗ ଏକ ମୋଟରସାଇକେଲରେ ଆସୁଥିଲା। ଉଭୟେ ମୁହାଁମୁହିଁ ଧକ୍ମା ହେବା ଫଳରେ ସେଠାରେ ମୋଟରସାଇକେଲ ସହ ଅନୁରାଗ ଜଳିଯାଇଥିଲେ। ପୁଲିସ ଗୁରୁତର ଅବସ୍ଥାରେ ଅନୁରାଗକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।