Odiapua.com

ଆମ୍ବଗଡିଆ ନଦୀବନ୍ଧକୁ ମରାମତି କଲା ବିଭାଗ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକର ବୈତରଣୀ ନଦୀ କୂଳ ଆମ୍ବଗଡିଆ ନିକଟରେ ଧସିଥିବା ନଦୀବନ୍ଧକୁ ଗତ ବୁଧବାର ରାତ୍ରରୁ ବାଲିବସ୍ତା ଦ୍ୱାରା ଜଳସମ୍ପଦ ବିଭାଗ ପକ୍ଷରୁ ମରାମତି କରାଯାଇଛି । ଏହା ସହ ଯଶୋଟିକିରି ଠାରେ ମଧ୍ୟ ନଦୀବନ୍ଧକୁ ବାଲିବସ୍ତା ଦ୍ୱାରା ମରାମତି କରାଯାଇଛି । ବଳିପୁର ଠାରୁ ମଣିନାଥପୁର ପର୍ଯ୍ୟନ୍ତ ନଦୀବନ୍ଧ ଉପରେ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ।