Odiapua.com

ଆମେ ଭାରତବାସୀ ପକ୍ଷରୁ ମୋଦି-ଯୋଗୀଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡା, ୫ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ବିରୋଧରେ ସମଗ୍ର ଦେଶରେ ଜନଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ୟୁ-ପି- ପୋଲିସର ଗୁଣ୍ଡାରାଜ ବିରୋଧରେ ଓ ମନୀଷା ବାଲ୍ମୀକ ପରିବାରକୁ ନ୍ୟାୟ ପ୍ରଦାନ ସହ ଯେଗୀ ଆଦିତ୍ୟନାଥ ସରକାରର ଇସ୍ତଫା ଦାବିରେ “ଆମେ ଭାରତବାସୀ” କେନ୍ଦ୍ରାପଡା ଜିଲ୍ଲା ସଂଗଠନ ପକ୍ଷରୁ କେନ୍ଦ୍ରାପଡା ସହରରେ ମହମବତୀ ଶୋଭାଯାତ୍ରା ଓ କୁଶପୁତ୍ତଳିକା ଦାହ ଆନ୍ଦୋଳନ ସଂଗଠିତ ହୋଇଯାଇଛି। ୟୁ-ପି- ସରକାର ଯେଭଳି ଭାବରେ ରାତିଅଧରେ ଶବକୁ ପୋଡିଦେବା ସହ ସମଗ୍ର ଅଞ୍ଚଳକୁ ପୋଲିସ ଛାଉଣୀରେ ଘେରାବନ୍ଦୀ କରି ପୀଡିତା ପରିବାରକୁ ଭୟଭୀତ କରିଚାଲିଛନ୍ତି ଏବଂ ଏହା ବିରାଧରେ ପ୍ରତିବାଦ କରୁଥିବା ଲୋକମାନଙ୍କ ଉପରେ ସିଏଏ ବିରୋଧୀ ଆନ୍ଦୋଳନ ଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଉଛନ୍ତି, ଏହା ବିରୋଧରେ ବିଭିନ୍ନ ନାରାବାଜୀ କରି ଶୋଭାଯାତ୍ରା ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ପହଞ୍ôଚଥିଲା। ଏଠାରେ ସଂଗଠନର ଆବାହକ ଗୟାଧର ଧଳ, ଆଦିକନ୍ଦ ରାଉଳ ଓ ମୁକ୍ତାର ଖାଁ ଙ୍କ ନେତୃତ୍ୱରେ କର୍ମୀମାନେ ବିଜେପି ଶାସନରେ ଦେଶର ବିଭିନ୍ନ ଭାଗରେ ବୃଦ୍ଧି ପାଉଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପାଇଁ ମୋଦି ସରକାରଙ୍କୁ ଦାୟୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁ-ପି- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ସଂଗଠନର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସମେତ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ରମଣୀ ରଞ୍ଜନ ରାଉତରାୟ, ନଗେନ୍ଦ୍ର ଯେନା, ପ୍ରଫୁଲ୍ଲ ଦାସ, କମଳାକାନ୍ତ ବେହେରା, ଫକୀର ଚରଣ ଖଟୁଆ, ସର୍ବେଶ୍ୱର ସେଠୀ, ଗୋପାଳକୃଷ୍ଣ ଜେନା, ରଶ୍ମି ରଂଜନ ଚୌଧୁରୀ, ଅମୀୟ ନାୟକ, ଉମେଶ ପାଢୀ, ସୟଦ ଅବଦୁଲ ସତ୍ତାର, ଧରଣୀଧର ସୁଆର, ନଜମା ବିବି ଓ ଯଶମିନ୍ ପରୱିନ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।