ଭୁବନେଶ୍ୱର/ଯାଜପୁର୨୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ସ୍ୱେଚ୍ଛାସେବୀ ସଙ୍ଗଠନ ଆମେ ବିପଦର ସାଥି ପକ୍ଷରୁ ଦୀପାବଳୀ ଉତ୍ସବ ନିଆରା ଢଙ୍ଗରେ ପାଳିତ ହୋଇଛି । ଅସଙ୍ଗଠନ ପକ୍ଷରୁ କରଦା ପଂଚାୟତ ସ୍ଥିତ ବରୁଣେଇପଦା ଆଦିବାସୀ ବସ୍ତିରେ ବୃଦ୍ଧ/ବୃଦ୍ଧା ମାନଙ୍କୁ କମ୍ବଳ ବଂଟନ କରାଯିବା ସହ ଛୋଟ ଛୋଟ ପିଲାମାନଙ୍କୁ ଖାତା, ପେନସିଲ, କଲମ ଦିଆଯାଇଥିଲା । ସମସ୍ତଙ୍କ ପାଇଁ ମିଷ୍ଟାନ୍ନ ସହ ଛୋଟପିଲାମାନଙ୍କୁ ଚକଲେଟ ଓ ଶୁଖିଲା ଖାଦ୍ୟ ଦିଆଯିବା ପରେ ସେମାନଙ୍କ ଗହଣରେ ବାଣ ଫୁଟାଯାଇଥିଲା । ସଙ୍ଗଠନ ପକ୍ଷରୁ ଅଶୋକ କୁମାର ବେହେରା, ମନମୋହନ ବରିକ, ରାକେଶ ରଂଜନ ପଣ୍ଡା, ଗୋଲକ ବିହାରୀ ପରିଡା, ସୁଧାଶଙ୍କର ବିଶ୍ୱାଳ, ରବିନ୍ଦ୍ର ବେହେରା, ଅଂଜନ ଦାସ, ବିବେକାନନ୍ଦ ପତି, ଦିଲ୍ଲୀପ ସ୍ୱାଇଁ, ବିଜୟାନନ୍ଦ କବି, ରବିନ୍ଦ୍ର ବିନ୍ଧାଣୀଙ୍କ ନେତୃତରେ ୩୦ରୁ ଉର୍ଦ୍ଧ ସାଥି ଯୋଗଦେଇଥିଲେ ।