Odiapua.com

‘ଆମେ’ ଓ ‘ପ୍ରଗତିଶୀଳ ସାହିତ୍ୟ ପରିଷଦ’ ପକ୍ଷରୁ ଫକୀର ମୋହନ ଜୟନ୍ତୀ ପାଳିତ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମକର ସଂକ୍ରାନ୍ତି ଓ ‘ସଂକ୍ରାନ୍ତି ପୁରୁଷ’ ଫକୀର ମୋହନ ଜୟନ୍ତୀ ଅବସରରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା “ପ୍ରଜ୍ଞା ପୀଠ’ ଠାରେ ଏକ ବୌଦ୍ଧିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ଅଗଣି ଚରଣ ଜେନା ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିବା ବେଳେ, ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦର ଅଧ୍ୟକ୍ଷ ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ସର୍ବ ଭାରତୀୟ ସାମାଜିକ ପ୍ରତିଷ୍ଠାନର ସହ ସମ୍ପାଦକ ପ୍ରଫେସର ଡ. ସୁଧୀର କୁମାର ଜେନା ଓ ଫୁଲମତି ହେମ୍ବ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶିଷ୍ଟ ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ସାହୁ ଆଲୋଚକ ଭାବେ ମଞ୍ଚାସିନ ଥିଲେ। ଫକୀର ମୋହନ ଆଧୁନିକ ଗଦ୍ୟ ସାହିତ୍ୟର ଜନକ ଥିଲେ। ତାଙ୍କର “ରେବତୀ’, ‘ରାଣ୍ଡି ପୁଅ ଅନନ୍ତା’, “ଡାକ ମୁନସି’, “ପେଟେଣ୍ଟ ମେଡିସିନ’ କାଳଜୟୀ ଗଳ୍ପ। ଛମାଣ ଆଠଗୁଣ୍ଠ, ମାମୁଁ, ଲଛମା, ପ୍ରାୟଶ୍ଚିତ ସର୍ବକାଳୀନ ସାହିତ୍ୟ।ତାଙ୍କ ଲେଖକୀୟ କୃତି ଚିର ଭସ୍ୱର। ଫକୀର ମୋହନଙ୍କ କବିତା ଗ୍ରନ୍ଥମାନଙ୍କ ମଧ୍ୟରୁ ପୁଷ୍ପମାଳ(୧୮୯୪), ଉପହାର(୧୮୯୫), ଅବସର ବାସରେ (୧୯୦୮), ଉତ୍କଳ ଭ୍ରମଣ, ବୁଦ୍ଧ ଅବତାର କାବ୍ୟ(୧୯୦୯) ବୋଲି ଆଲୋଚନାରେ ଅଂଶ ଗ୍ରହଣ କରି କବି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅବନୀ ପ୍ରଧାନ, ଡା. ରବିନାରାୟଣ ମହାପାତ୍ର, ‘ଆମେ’ର ପ୍ରତିଷ୍ଠାତା ସମ୍ପାଦକ ପ୍ରଫେସର ଅଟଳ ବିହାରୀ ନାୟକ, ଯୁବ ଗୀତିକାର ଅରୂପାନନ୍ଦ, ଲକ୍ଷ୍ମୀକାନ୍ତ ବାରିକ, ସୁବାସ ମହାପାତ୍ର, ଯାତ୍ରା କଳାକାର ସଂଘର ରାଜ୍ୟ ସଂଯୋଜକ କାଳିନ୍ଦି ମଲ୍ଲିକ, ଯୁବ ସମାଜ ସେବୀ ରଜତ ସାହୁ, ଅଧ୍ୟାପକ ଅମିତ କୁମାର ନାୟକ, ଅଧ୍ୟାପିକା ସ୍ୱାଗତିକା ସାହୁ, ଅତୁଲ ନାୟକ, ସ୍ରୋତସ୍ୱିନୀ ସାବତ, ତନୁଶ୍ରୀ ନାୟକ, ମାଧବୀଲତା ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ କହିଥିଲେ। ରେବତୀ ଗଳ୍ପର ୩୦ ବର୍ଷ ପୂର୍ବରୁ ଅର୍ଥାତ ୧୯୬୬ ମସିହାରେ ଫକୀର ମୋହନଙ୍କ ଧାରାବାହିକ ଗଳ୍ପ “ଲଛମନୀୟା’, “ବୋଧଦାୟିନୀ’ ପତ୍ରିକାରେ ବାହାରୁ ଥିଲା ଯାହା ଆଜି ଦୁଷ୍ପ୍ରାପ୍ୟ।ସର୍ବ ଶେଷରେ ଅତିଥିମାନଙ୍କୁ ଜଳଯୋଗର ଆପ୍ୟାୟିତ କରିଥିଲେ କୁନି ସାହିତ୍ୟିକା ଆଦ୍ୟାଶା, ଆରାଧ୍ୟା ଓ ଅସ୍ମିତା। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଅମିତ କୁମାର ନାୟକ।