Odiapua.com

ଆମେରିକା ସେନାର ସବୁଠୁ ବଡ଼ କମାଣ୍ଡର ପ୍ରଥମ ଥର ନେତୃତ୍ୱ ନେବେ ଜଣେ ମହିଳା

ଭୁବନେଶ୍ୱର;୧୭,ଅକ୍ଟୋବର:ରୋବର୍ଟ ଏବ୍ରମ୍ସଙ୍କ ଇସ୍ତଫା ପରେ ଲେଫ୍ଟନାଣ୍ଟ ଜେନେରାଲ ଲୋରା ଜେ. ରିଚର୍ଡସନ ଆମେରିକା ସେନାର ସବୁଠାରୁ ବଡ଼ କମାଣ୍ଡ ‘ଏଫଓଆରଏସସିଓଏମ’ର ନେତୃତ୍ୱ ନେବେ।ଲୋରା ରିଚର୍ଡସନ ପ୍ରଥମ ମହିଳା ଭାବରେ ଆମେରିକା ସେନାର ସବୁଠାରୁ ବଡ଼ କମାଣ୍ଡର ଦାୟିତ୍ୱ ନେବେ।ଏହି କମାଣ୍ଡ ଅଧୀନରେ ୭.୭୬ ଲକ୍ଷ ସୈନିକ ଏବଂ ୯୬୦୦୦ ସାଧାରଣ ଲୋକ ଆସନ୍ତି।୧୯୮୬ରେ ଆମେରିକା ସେନାରେ ଯୋଗ ଦେଇଥିବା ରିଚର୍ଡସନ ୨୦୧୨ରେ ଆମେରିକାଜ ଫାଷ୍ଟ ଟିମର ପ୍ରଥମ ଡେପୁଟି କମାଣ୍ଡିଙ୍ଗ ଜେନେରାଲ ମଧ୍ୟ ହୋଇଥିଲେ।/ଦେବଦତ୍ତ