Odiapua.com

ଆମେରିକାରେ ରହିଥିବା ଭାରତୀୟ ମାନଙ୍କ ଉପରେ ନିଷ୍ଠୁର ଆକ୍ରମଣ ବିରୁଦ୍ଧରେ ସିପିଆଇଏମ ପକ୍ଷରୁ ପ୍ରତିବାଦ ସଭା

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ପ୍ରବାସୀ ଭାରତୀୟ ମାନଙ୍କ ଉପରେ ଟ୍ରମ୍ପ ପ୍ରଶାସନ ର ଆକ୍ରମଣ, ପ୍ରବାସୀ ଭାରତୀୟ ମାନଙ୍କ ଗୋଡ ହାତ ଓ ଅଂଟାରେ ବେଡି ପକାଇ ଚଲାଇ ଚଲାଇ ଆମେରିକା ସେନାବାହିନୀ ନିଷ୍ଠୁର ବ୍ୟବହାର କରି ଯୁଦ୍ଧ ବିମାନ ରେ ଭାରତରେ ଆଣି ଛାଡିବା ଘଟଣା କୁ ବିରୋଧ କରି ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ କଚେରୀ ବଜାରରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଘଟଣାରେ ମୋଦି ସରକାର ଆମେରିକା ସପକ୍ଷରେ ମତ ରଖୁଥିବାରୁ ମୋଦି ସରକାରଙ୍କୁ ସିପିଆଇଏମ୍ ନେତୃତ୍ୱ ତୀବ୍ର ଭର୍ସନା କରିଥିଲେ । ଏହି ପ୍ରତିବାଦ ସଭାରେ ସିପିଆଇଏମ ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ,ମହିଳା ନେତ୍ରୀ ସୁରଜିତା ନାୟକ, ଭଦ୍ରକ ଆଂଚଳିକ କମିଟି ସଂପାଦକ ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ,ମଳୟ ଭୋଇ, ବିଷ୍ଣୁ ଦାଶ, ଜୟନୁଲ ଆବେଦିନ, କାଳନ୍ଦୀ ପାତ୍ର, ଗୌରାଙ୍ଗ ଯେନା, ଗୟାଧର ସାହୁ, ଅଶୋକ ବେହେରା, ଫକୀର ସ୍ୱାଇଁ, ବାମଦେବ ମିଶ୍ର, ଯୁବ ନେତା ପ୍ରତାପ ସେଠୀ, ବିପ୍ଳବ ଯେନା, ସେକ୍ କମର, କାଲୁ ଖାନ୍‌, ସେକ୍ ସତାର ପ୍ରମୁଖ ଯୋଗଦେଇ ଯୁକ୍ତରାଷ୍ଟ୍ର ଆମେରିକାର ଏହି ଆକ୍ରମଣ କୁ ତୀବ୍ର ନିନ୍ଦା କରିଥିଲେ । ଏହି ପ୍ରତିବାଦ ସଭା ମାଧ୍ୟମରେ ଚାଷୀ ଓ ଶ୍ରମିକ ବିରୋଧୀ କେନ୍ଦ୍ର ଓ ରାଜ୍ୟ ବଜେଟ୍ କୁ ସଂଶୋଧନ କରିବାକୁ ସିପିଆଇଏମ ନେତୃବୃନ୍ଦ ନିବେଦନ କରିଥିଲେ ।