Odiapua.com

ଆମେରିକାରେ ମୁସଲିମଙ୍କ ଉପରେ “ଯାତାୟାତ ପ୍ରତିବନ୍ଧ”

ୱାସିଂଟନ:ଆମେରିକା ସୁପ୍ରିମକୋର୍ଟ କେତେକ ମୁସଲିମ ବହୁଳ ଦେଶର ନାଗରିକଙ୍କ ଉପରେ ଲଗାଯାଇଥିବା ଯାତାୟାତ ପ୍ରତିବନ୍ଧ(ଟ୍ରାଭଲ ବ୍ୟାନ)କୁ ଉଚିତ୍ ଦର୍ଶାଇଛି।ସୁପ୍ରିମକୋର୍ଟଙ୍କ ଏଭଳି ରାୟ ଆମେରିକାବାସୀ ଏବଂ ଆମେରିକା ସମ୍ବିଧାନର ବିଜୟ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।ଟ୍ରମ୍ପ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ପ୍ରମାଣ କରିଦେଲା ଯେ ପ୍ରତିବନ୍ଧକୁ ନେଇ ଡେମୋକ୍ରେଟ ପାର୍ଟି ଏବଂ ମିଡିଆ ପକ୍ଷରୁ କରାଯାଉଥିବା ବିରୋଧ ଭୁଲ।ସୂଚନାଯୋଗ୍ୟ ଯେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆଗତ ହୋଇଥିବା ଏହି “ଯାତାୟାତ ପ୍ରତିବନ୍ଧ” ଅଧ୍ୟାଦେଶକୁ ଦେଶ ଭିତରେ ବିଭିର୍ଣ୍ଣ ସ୍ତରରେ ବିଶେଷ କରି ଡେମୋକ୍ରେଟ ପାର୍ଟି ଏବଂ ମିଡିଆ ପକ୍ଷରୁ ବିରୋଧ କରାଯାଇ ଆସୁଥିଲା।