Odiapua.com

ଆମଆଦିମ ପାର୍ଟିର ସଦସ୍ୟଙ୍କ ମହନୀୟତା, କ୍ୟାନ୍ସର ପଡିତା ଯୁବତୀ ଙ୍କୁ ରକ୍ତ ଦେଇ ଜୀବନ ବଚାଂଇଲେ

ମାଲକାନଗିରି,୧୫ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଆମଆଦିମ ପାର୍ଟିର ସଦସ୍ୟ ଯିଷୁଦାନ ବାଗ ନାମକ ଜଣେ ଯୁବକ ହସପିଟାଲରେ ଚିକିତ୍ସିତ ହେଉଥିବା କ୍ୟାନ୍ସର ପିଡିତା ଜଣେ ୨୨ବର୍ଷିୟା ଯୁବତୀଙ୍କୁ ରକ୍ତଦେଇ ଜୀବନ ବଚାଂଇ ମହନୀୟତା ଦେଖାଇଛନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲରେ ଗଣ୍ଡିଆଗୁଡା ଗ୍ରାମର ଜଣେ କ୍ୟାନ୍ସର ପିଡିତା ୨୨ବର୍ଷ ବୟସ୍କା ଯୁବତୀ ଗରୁତର ରୋଗୀଙ୍କ ର ଅପରେସନ ପାଇଁ ରକ୍ତର ଆବଶ୍ୟକ ପଡିଥିଲା, ତାଙ୍କର ଏ ପଜିଟିଭ ଗୃପ ରକ୍ତ ହୋଇଥିବାରୁ ରକ୍ତ ଭଣ୍ଡାରରେ ସେହି ଗୃପର ରକ୍ତର ଅଭାବଥିବାରୁ ବାହରୁ ରକ୍ତ ଯୋଗାଡକରିବା ପାଇଁ ଡାକ୍ତରଖାନ କର୍ତୁପକ୍ଷ କହିଥିଲେ । ଏତେ ଶିଘ୍ର କେଉଁ ଠାରୁ ରରକ୍ତ ଯୋଗାଡ କରିବେ ସେନେଇ ଚିନ୍ତିତ ହୋଇପଡିଥିଲେ ଯୁବତୀଙ୍କ ପରିବାର । ଏ ଖବର ମାଲକାନଗିରି ଜିଲ୍ଲା ଆମ ଆଦିମପାର୍ଟି ର ସଭାପତି କେ.ଦେଶିରାଜୁ ଆଚାରୀ ଜାଣିବାପରେ ତାଙ୍କୁ ରକ୍ତ ଦେବାପାଇଁ ରକ୍ତଦାତାଙ୍କୁ ଖୋଜିଥିଲେ । ଭାଗ୍ୟକୁ ନୁଆଗୁଡା ଗ୍ରାମର ଆମଆଦଜିମ ପାର୍ଟିର ସଦସ୍ୟ ଯିଷୁଦାନ ବାଗ ଙ୍କର ଏ ପଜିଟିଭି ରକ୍ତଗୃପ ଥିବାରୁ ସେ ନିଜେ ସେହି ପିଡାତାଙ୍କୁ ରକ୍ତଦାନକରିବେ ବୋଲି ସହମତ ହୋଇଥିଲେ । ଆଜି ଜିଲ୍ଲା ଜିଲ୍ଲାରକ୍ତଭଣ୍ଡାର କୁ ଶ୍ରୀ ବାଗ ଯାଇ ରକ୍ତଦାନ ଦାନକରିଛନ୍ତି । ଶ୍ରୀ ବାଗ ଗୁରୁତର କ୍ୟାନ୍ସର ପଡିତା ଯୁବତୀ ଙ୍କୁ ରକ୍ତଦେଇ ତାଙ୍କ ଜୀବନ ବଚାଂଇପାରି ଥିବାରୁ ପିଡାତାଙ୍କ ପରିବାର ରକ୍ତଦାତା ଙ୍କୁ ପ୍ରଶଂସା କରିଛନ୍ତି ।