Odiapua.com

ଆବୁଲୁପୁରା ମନରେଗା ଯୋଜନାର ତଦନ୍ତ କଲେ ବିଡିଓ

ହାଟଡ଼ିହି,୨୨ / ୭/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଆବୁଲୁପୁରା ଗ୍ରାମରେ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗାଁର ଯୁବଗୋଷ୍ଠୀ ଅଭିଯୋଗ କରିବାପରେ ବିଡିଓ ବିନିତା ବିଜୟିନୀ ଏହାର ତଦନ୍ତ କରିଛନ୍ତି । ଗତକାଲି ଅପରାହ୍ନରେ ବିଡିଓ ବିନିତା ବିଜୟିନୀ ଆବୁଲୁପୁରା ଗ୍ରାମରେ ହୋଇଥିବା ମନରେଗା ଯୋଜନାର କାର୍ଯ୍ୟ ଗୁଡିକ ପରିଦର୍ଶନ କରିବା ସହିତ ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗ ମାନ ଶୁଣିଥିଲେ । ଅଭିଯୋଗକାରୀ ମାନେ ଗାଁରେ ଥିବା ବଣିଆଟିକର ଖେଳପଡିଆଟିରେ ମନରେଗା ଯୋଜନାରେ ହୋଇଥିବା ଉନ୍ନତି କରଣ କାର୍ଯ୍ୟରେ ଅଳ୍ପ ପରିମାଣର ମାଟି ପକାଇ ପକାଇ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ଏହି ପଡିଆର ଉନ୍ନତି କରଣ ପାଇଁ ବ୍ଲକ ପକ୍ଷରୁ ୯ଲକ୍ଷ ୭୫ହଜାର ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ କମ ପରିମାଣର ମାଟିପକାଇ ଅଢ଼େଇଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ ନିଆଯାଇଥିବା ନେଇ ବିଡିଓଙ୍କୁ ଦର୍ଶାଇଥିଲେ । ସେହିପରି ଗ୍ରାମରେ ହୋଇଥିବା କମୁନିଟି ସେଣ୍ଟର ପାଖ ପଡିଆର ଉନ୍ନତି କରଣରେ ବ୍ଲକ ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇ ଥିବାବେଳେ ମାତ୍ର ଅଳ୍ପ କିଛି ପରିମାଣର ମାଟି ପକାଯାଇ ଦୁଇ ଲକ୍ଷରୁ ଉଦ୍ଧା ଟଙ୍କା ଉଠାଇ ନିଆଯାଇଛି ବୋଲି ଯୁବକମାନେ ବିଡିଓଙ୍କୁ ଦେଖାଇଥିଲେ । ବର୍ଷା ହେଉଥିବା ସତ୍ତ୍ୱେ ବିଡିଓ ସମସ୍ତ ଉନ୍ନୟନ କାମ ଗୁଡିକ ଚାଲି ଚାଲି ପରିଦର୍ଶନ କରିଛନ୍ତି । ବିଡିଓଙ୍କ ସହିତ ଜିଆରଏସ ଜଗବନ୍ଧୁ ଯେନା ଉପସ୍ଥିତ ଥିଲେ ।