Odiapua.com

ଆବାସ ଯୋଜନା ସାତ ସପନ ଭଙ୍ଗାଚାଳ ତଳେ ବିତେ ଜୀବନ

ନୟାଗଡ଼ ୨୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୪ ମସିହା ସୁଦ୍ଧା କାହାକୁ କଚ୍ଚା ମାଟି କାନ୍ଥ ଚାଳଘରେ ରହିବାକୁ ଦିଆଯିବ ନାହିଁ ବୋଲି ଆବାସ ଯୋଜନା କରିଛନ୍ତି। କିନ୍ତୁ କେତେକ ଲୋକ ଝାଟିମାଟି କାନ୍ଥ ଚାଳ କୁଡିଆ ରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଆବାସ ଯୋଜନା କାହାପାଇଁ। ସେଭଳି ଏକ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ସାନଚାକୁଣ୍ଡାଝର ଗ୍ରାମରେ। ସାନଚାକୁଣ୍ଡାଝର ର କାର୍ତ୍ତିକ ଜେନା ଜଣେ ଗରୀବ ଦିନ ମଜୁରିଆ। ଭଙ୍ଗା ଚାଳ ତଳେ ବୃଦ୍ଧା ମାଙ୍କ ସହ ୬ ପ୍ରାଣୀ କୁଟୁମ୍ବ ରହୁଥିବା ଦେଖିବାକୁ ମିଳୁଛି। କାର୍ତ୍ତିକ ଜେନା କୁହନ୍ତି ପଞ୍ଚାୟତ ଅଫିସ ଠାରୁ ବ୍ଲକ ପର୍ଯ୍ୟନ୍ତ ଆବାସ ଯୋଜନା ପାଇଁ ଦରଖାସ୍ତ ଦେଇ ହତାସ। ଆକାଶରେ ମେଘ ଦେଖିଲେ ଭୟରେ ଛାତି ଥରିଉଠେ କିପରି ବିତିବ ରାତି। ବର୍ଷା ପବନ ସାଙ୍ଗକୁ କଚ୍ଚା ଘରେ ସରୀଶୃପଙ୍କ ଭୟ କହିଲେ ନସରେ।

୮ ମାସ ତଳେ ସେହି ଭଙ୍ଗା ଚାଳ ଘରେ ତାଙ୍କ ବଡ ଭାଉଜ ସର୍ପାଘାତ ରେ ମୃତ୍ୟୁ ବରଣ କରିଥିଲେ। ଏ ସର୍ମ୍ପକେ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ବେହେରା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଆବାସ ଯୋଜନା ତାଲିକାରେ ସାନଚାକୁଣ୍ଡାଝର କାର୍ତ୍ତିକ ଜେନା ଙ୍କର ନାମ ନାହିଁ। ସରପଞ୍ଚ କଳ୍ପନା ପ୍ରଧାନ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି କାର୍ତ୍ତିକ ଜେନା ଆବାସ ଯୋଜନା ପାଇଁ ପ୍ରକୃତ ହିତାଧିକାରୀ। ଦେଖିବା କିପରି ତାଙ୍କୁ ଆବାସ ଯୋଜନା ରେ ସାମିଲ୍ କରାଯାଇ ପାରିବ। ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କାର୍ତ୍ତିକ ଜେନାଙ୍କୁ ଆବାସ ଖଣ୍ଡିଏ ଯୋଗାଇ ଦେବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।