Odiapua.com

ଆବାସ ଯୋଜନା କାର୍ଯ୍ୟରେ ଅନିୟମିତତା ଘରକାମ ସମ୍ପୁର୍ଣ୍ଣ କରିବି ପାଉନାହାନ୍ତି ଜବକାର୍ଡ ଟଙ୍କା

ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ଆବାସ ଯୋଜନାରେ ଘରକାମ ସମ୍ପୁର୍ଣ୍ଣ କରିଥିଲେବି ଆଜି ପର୍ଯ୍ୟନ୍ତ ଜବକାର୍ଡରେ ଶିମକଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ପାଇ ପାରୁ ନାହାନ୍ତି ହିତାଧିକାରୀ । ଏନେଇ ବାରମ୍ବାର ଜିଆରଏସ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡୁଥିଲେବି ମିଳୁନି ସେମାନଙ୍କ ପ୍ରାପ୍ୟ । ଯାହାକୁ ନେଇ ହିତାଧିକାରୀ ଜଣକ ଅନସନରେ ବସିବାକୁ ଚେତାବନୀ ଦେଇଛନ୍ତି । ଏପରି ଅଭିଯୋଗ ଆସିଛି ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାର ସରିଦା ଗ୍ରାମରୁ ।
ସରିଦା ଗ୍ରାମର ଅଶୋକ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାଇ ସେ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇବାପରେ ତିନିମାସ ଭିତରେ ଘରକାମ ସମ୍ପୁର୍ଣ୍ଣ କରିଦେଇଥିଲେ । ସେ ଓ ତାଙ୍କ ପରିବାର ଲୋକେ ଶ୍ରମିକ ଭାବେ କାମ କରିଥିବାବେଳେ ମନରେଗା ଯୋଜନାରେ ତାଙ୍କୁ ୧୫ରୁ ୨୦ହଜାର ଟଙ୍କା ମିଳିବାକୁ ଥିବାବେଳେ ଆଜିଯାଏ ଟଙ୍କାଟିଏ ବି ପାଇପାରି ନାହାନ୍ତି । ସଂପୃକ୍ତ ପଞ୍ଚାୟତର ଜିଆରଏସ ତାଙ୍କ ଏକାଉଣ୍ଟକୁ ପ୍ରଥମ କିସ୍ତିରେ ୯ହଜାର ଓ ଦ୍ୱିତୀୟ କିସ୍ତିରେ ୩ହଜାର ଛାଡିଥିବା କହୁଛନ୍ତି । ଏଥିପାଇଁ ଅଶୋକ ପାତ୍ର ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ତାଙ୍କର ଯେଉଁଠି ଏକାଉଣ୍ଟ ଅଛି ସବୁ ବ୍ୟାଙ୍କରୁ ଷ୍ଟେମେଣ୍ଟ ବାହାର କରି ବ୍ଲକର ଏପିଓଙ୍କୁ ଙ୍କୁ ଦେଖାଇଛନ୍ତି । ଏପିଓ ତାଙ୍କୁ ଅନେକ ଲୋକଙ୍କର ଏପରି ମିସିମ୍ୟାଚ ହେଉଛି । ତୁମ ଏକାଉଣ୍ଟ ନମ୍ବର ଦିଅ ଏଥର ଠିକ ଭାବେ ଅବଶିଷ୍ଟ ଟଙ୍କା ତୁମ ଏକାଉଣ୍ଟକୁ ଯିବ ବୋଲି କହିଛନ୍ତି । କିନ୍ତୁ ଯେଉଁ ୧୨ହଜାର ଟଙ୍କା ପାଇବି କିପରି ପ୍ରଶ୍ନକୁ ସେ ଏଡାଇ ଯାଉଛନ୍ତି ବୋଲି ଅଶୋକ ଅଭିଯୋଗ କରିଛନ୍ତି । ସିମେଣ୍ଟ ରଡ ବାଲା ନିୟମିତ ବାକି ପଇସା ମାଗୁଥିବାବେଳେ ମିସ୍ତ୍ରୀ ତାର ବକେୟା ପାଉଣା ପାଇଁ ତାଙ୍କ ଘରକୁ ବାରମ୍ବାର ଦୌଡୁ ଥିବାରୁ ସେ ମାନସିକ ଅଶାନ୍ତିରେ କାଳାତିପାତ କରୁୁଛନ୍ତି । ମୁଁ ମୋର ଏକାଉଣ୍ଟ ନମ୍ବର ଠିକ ଦେଇଥିବାବେଳେ କର୍ମଚାରୀମାନେ ଜାଣିଶୁଣି ଭିନ୍ନ ନମ୍ବର ପକାଇ ଏପଟ ସେପଟ କରୁଛନ୍ତି ବୋଲି ଅଶୋକ ଅଭିଯୋଗ କରିଛନ୍ତି । ଯଦି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନନିଏ ତେବେ ସେ ବ୍ଲକ ସମ୍ମୁଖରେ ଅନସନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଖାଲି ଏହି ଗୋଟିଏ ଅଭିଯୋଗ ନୁହଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏପରି ଶହଶହ ଅଭିଯୋଗ ମାନ ଅସୁଛି । ଯେଉଁ କର୍ମଚାରୀମାନେ ଗରିବ ଲୋକଙ୍କ ଏହି ମନରେଗା ଯୋଜନା ଟଙ୍କାକୁ ଏପଟ ସେପଟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି ।