Odiapua.com

ଆପଣ ମାନେ ଖୁସି ତ ? ମନ୍ତବ୍ୟକୁ ନେଇ କଂଗ୍ରେସ ର ସମ୍ବର୍ଦ୍ଧନା ସଭା

ବଲାଙ୍ଗୀର, ତା୨୨-୧୧(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ର ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ଦଳ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବରେ ଦ୍ୱିତୀୟ ଥର ପାଇଁ ଦିଲୀପ ବେହେରା ଙ୍କୁ ଦାୟିତ୍ୱ ଦିଆଯାଇ ଥିବାବେଳେ ଆଜି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ କରୋନା ମାହାମାରୀରେ ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧାମାନଙ୍କ ଉଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସାମାଜିକ ଦୂରତା ପାଳନ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ମିଡିଆ ସେଲ ସଭାପତି ସୁବ୍ରତ ବେହେରା ମଞ୍ଚ ପରିଚାଳନା କରିଥିଲେ ଓ ସଇଁନ୍ତଳା ବ୍ଳକ ସଭାପତି ଗୁଣସାଗର ମାଝୀ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଟିଟିଲାଗଡ଼ ନଗର କଂଗ୍ରେସ ସଭାପତି ପ୍ରଭାସ ବହିଦାରଙ୍କ ସଭାପତିତ୍ବରେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ମୁଖପାତ୍ର ସାନନ୍ଦ ମିଶ୍ର, କଂଗ୍ରେସ ପିସିସି ସମ୍ପାଦକ ଉମାଶଙ୍କର ପଣ୍ଡା, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ବଲାଙ୍ଗିର ଜିଲ୍ଲା ପିପିସି କଂଗ୍ରେସ ଉପାଧ୍ୟକ୍ଷ ବିକାଶ ପାଣିଗ୍ରାହୀ, ତୁଳସୀ ସାହୁ, ସଇଁନ୍ତଲା ବ୍ଳକକଂଗ୍ରେସ ସଭାପତି ଗୁଣସାଗର ମାଝୀ, ମୋହ ନାଗ, କୃଷ୍ଣ ଚନ୍ଦ୍ର ସାହୁ, ଝସ କେତନ ଛତର, ଅଜୟ ସାହୁ ପ୍ରମୁଖ ମଞ୍ଚରେ ଅତିଥି ଭାବରେ ଯୋଗଦେଇ ଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ଭୋଇ କହିଛନ୍ତି ଯେ କଂଗ୍ରେସ ଦଳକୁ ହଟାଇବା ପାଇଁ କାହାର ଦମ୍‌ ନାହିଁ। ଆମେ ଲୋକଙ୍କ ପାଖରେ ସବୁବେଳେ ଅଛୁ ଓ ସେବା ମଧ୍ୟ କରି ଆସିଛୁ। କିନ୍ତୁ ଦୁଃଖର ବିଷୟ ଯେ, ଆମ ନିଜ ଲୋକ ମାନେ ହିଁ ବିଶ୍ୱାସରେ ବିଷ ଦେଉଛନ୍ତି। ଆଗାମୀ ନିର୍ବାଚନରେ କଂଗ୍ରେସ ପୁଣି ଟିଟିଲାଗଡ଼ରେ ଫେରିବ ଓ ଯୁବ ନେତାମାନଙ୍କୁ ନେଇ ଲୋକଙ୍କ ଘରକୁ ଘର ଯାଇ ତାଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ମତ ପ୍ରକାଶ କହିଥିଲେ। କଂଗ୍ରେସ ସଭାପତି ଶ୍ରୀ ବେହେରା କହିଥିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ନୀରିହ ଲୋକ ମାନଙ୍କୁ ଠକି ଚାଲିଛନ୍ତି। ତେବେ ଆପଣ ମାନେ ଖୁସି ତ। ଆମ ରାଜ୍ୟର ବେକାରୀ ସଂଖ୍ୟା ବୃଦ୍ଧି ପାଇଛି, ଆପଣ ମାନେ ଖୁସି ତ । ଦିନକୁ ଦିନ ଦରଦାମ ବଢି ଚାଲିଛି, ଆପଣ ମାନେ ଖୁସି ତ। ତେବେ ଆଗାମୀ ଦିନରେ ପୁଣି ଥରେ କଂଗ୍ରେସ ଶାସନ କରିବ। ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସେବା କରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ଏହି ସଭାରେ କଂଗ୍ରେସ ଦଳର ମାନ୍ୟଗଣ୍ୟ କର୍ମୀ ମାନେ ଉପସ୍ଥିତ ଥିବା ବେଳେ ଶେଷରେ ଚନ୍ଦ୍ର ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।