Odiapua.com

ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଟୁରିଷ୍ଟ ବୋଟ୍ ପଲଟି ୫ ମୃତ, ୩୨ ନିଖୋଜ

ଆନ୍ଧ୍ରପ୍ରଦେଶ ୧୫-୯ (ଓଡ଼ିଆ ପୁଅ) ଆନ୍ଧ୍ର ପ୍ରଦେଶର ଦେବୀପାଟନମ ନିକଟରେ ଗୋଦାବରୀ ନଦୀରେ ଏକ ଟୁରିଷ୍ଟ ବୋଟ୍ ପଲଟିଯିବାରୁ ୫ ଜଣଙ୍କର ମୃତ୍ୟୁ ହେବା ସହିତ ୩୨ ନିଖୋଜ ଅଛନ୍ତି। କ୍ରିୟୁ ମେମ୍ବରମାନଙ୍କ ସହିତ ୬୨ଜଣ ଲୋକ ସେହି ବୋଟ୍ ରେ ଯାତ୍ରା କରୁଥିଲେ।

ରୟାଲ ବଶିଷ୍ଠ ନାମକ ଏହି ବୋଟଟି ରାଜାମୁନ୍ଦରୀ ନିକଟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳ ପାପିକୋଂଡାଲୁକୁ ପର୍ଯ୍ୟଟକମାନଙ୍କୁ ନେଇ ଯାତ୍ରା କରୁଥିଲା। ବୋଟରେ ଯାତ୍ରା କରୁଥିବା ପ୍ରର୍ଯ୍ୟଟକମାନଙ୍କ ମଧ୍ୟରୁ ୨୭ ଜଣ ପହଁରି କୂଳକୁ ଆସିଥିଲେ ବାକି ୩୨ ଜଣ ଲୋକ ନିଖୋଜ ଥିବାର ସୂଚନା ମିଳିଛି।

ଏନଡିଆରଏଫର ୩୦ ସଦସ୍ୟବିଶିଷ୍ଟ ଦୁଇଟି ଟିମ୍ ଘଟଣା ସ୍ଥଳକୁ ଯାଇଛି। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ ସ୍ଥିତିର ସମୀକ୍ଷା କରୁଛନ୍ତି। ସେ ସ୍ଥାନୀୟ ମନ୍ତ୍ରୀ ଏବଂ ବିଧାୟକ ମାନଙ୍କୁ ଉଦ୍ଧାର କାର୍ଯ୍ୟକୁ ଦେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟନ ବିଭାଗର ଦୁଇଟି ବୋଟ୍ କୁ ଘଟଣା ସ୍ଥଳକୁ ପଠାଯାଇଛି।