Odiapua.com

ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟି ମେମ୍ବର ୧ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀର ଆତ୍ମ ସମର୍ପଣ

ମାଲକାନଗିରି, ୧୧/୪ (ଓଡ଼ିଆ ପୁଅ) ଆଜି ସନ୍ଧ୍ୟାରେ ମାଲକାନଗିରି ଏସ ପି ନିତେଶ ୱାଧନୀଙ୍କ ନିକଟରେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟି ମେମ୍ବର ଦୁର୍ଦ୍ଦାନ୍ତ ମାଓବାଦୀ ସାଗର ଆତ୍ମ ସମର୍ପଣ କରିଛି। ଓଡିଶା ସରକାର ଓ ଓଡ଼ିଶା ପୁଲିସର ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ସ୍ୱାଭିମାନ ଅଞ୍ଚଳ ଆନ୍ଧ୍ର ସୀମାନ୍ତ କୋରକୁଣ୍ଡା ମାଓବାଦୀ ଦଲମର ମାଓ ନେତା ବଣ୍ଟାଲ ରାଜୁ ଓରଫ ସାଗର ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟଳୟକୁ ଆସି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛି। ସାଗରଙ୍କ ମୁଣ୍ଡ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ଗତ୨୦୧୬ ମସିହାରୁ ମାଓ ସଂଗଠନରେ ସାମିଲ ହୋଇ ଆନ୍ଧ୍ର ଓଡିଶା ମାଲକାନଗିରି ଜିଲ୍ଲାର ବିଭନ୍ନ ଅଞ୍ଚଳରେ ମାଓ ହିଂସାକାଣ୍ଡରେ ସାମିଲ ଥିଲା। ମାଓବାଦୀ ଆତ୍ମସମର୍ପଣ ସରକାରି ନୀତି ଅନୁସାରେ ମାଓବାଦୀ ସାଗରକୁ ସମସ୍ତପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ସ୍ୱାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ସହିତ ମାଓଦମନ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ବୋଲି ଏସପି ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।