Odiapua.com

ଆନ୍ଦ୍ରପ୍ରଦେଶ କୁ ଦାଦାନ ଶ୍ରମିକ ଭାବେ ଚାଲାଣ ବେଳେ ୩୦ ଜଣ ଶ୍ରମିକ ଉଦ୍ଧାର,ଦଲାଲ ଫେରାର

ମାଲକାନଗିରି,୨୯ ।୬ (ଓଡିଆ ପୁଅ ) ମାଲକାନଗରି ଜିଲ୍ଲାରୁ ଆନ୍ଦ୍ରପ୍ରଦେଶକୁ ଦାଦାନଶ୍ରମିକ ଭାବେ ଯୁବତୀଙ୍କ ସହିତ ୩୦ଜଣ ଚାଲାଣ କରାଯାଉ ଥିବା ବେଳେ ଶ୍ରମବିଭାଗ ଓ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ବେଳେ ଦଲାଲ ମାନେ ଫେରାର ହୋଇଯାଇଛନ୍ତି । ମହାମାରି କରୋନା କାଳରେ କିଛି ମାନବ ଚାଲାଣ କାରି ଦଲାଲ ଅଧିକସକ୍ରିୟ ହୋଇଉଠିଛନ୍ତି ।ଖାଇ ପିଇ ଅଧିକ ମଜୂରୀ ମିଳିବାର ଲୋଭଦେଖାଇ ବିଭିନ୍ନ ଆଦିବାସୀ ଗ୍ରାମରୁ ନାବାଳିକା,ନାବାଳକ ଙ୍କ ସହିତ ଯୁବକ ଓ ଯୁବତୀ ମାନଙ୍କୁ ବାହର ରାଜ୍ୟକୁ ପଠାଇ ବେସ ଲାଭବାନ ହେଉଛନ୍ତି । କିଛି ଦଲାଲା ମାଲକାନଗରି ଜିଲ୍ଲା ପୋଟେରୁ,ଗରିକାନପାଲି, ଆମ୍ବାଗୁଡା,ଦଳପତିଗୁଡା ,ମାର୍କାପାଲି,ଧୁଙ୍ଗିଆପୁଟ,ବୀରଲ କ୍ଷମ୍‌ଣପୁର ବିଭିନ୍ନ ଗ୍ରାମରୁ ଗରିବ ଆଦିବାସୀ ଯୁବତୀ ଓ ଯୁବକମାନଙ୍କୁ ଅଧିକଟଙ୍କା ମଜୂରୀ ମିଳିବାର ଲୋଭଦେଖାଇ ଆନ୍ଦ୍ରପ୍ରଦେଶର ଏକ ଚିଙ୍ଗୁଡି ପ୍ରସୋସିଂ କମ୍ପାନିରେ କାମକରିବାକୁ ମାଲକାନଗରି ରୁ ତିନୋଟି ବଲେରୋ ଗାଡିରେ ନେଉଥିଲେ । ଏହି ଖବର ଜିଲ୍ଲାଶ୍ରମବିଭାଗ ଓ ମାଲକାନଗରି ପୁଲିସ ଜାଣିବା ପରେ ସେହି ଗାଡିଉପରେ ଚଢଉକରିଥିଲେ , ଗାଡିରେ ବସିଥିବା ଦଲାଲ ମାନେ ପଳାଇଥିବା ବେଲେ ୩୦ଜଣ ଶ୍ରମିକ ଙ୍କୁ ଉଦ୍ଧାର କରିବାରେ ସଫଳହୋଇଛନ୍ତି, ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ନାବାଳିକା ଓ ଯୁବତୀ ମାନେ ଥିବାର ଜଣାପଡିଛି । ଥାନା ପକ୍ଷରୁ ଉଦ୍ଧାର ଯୁବତୀ ଓ ଯୁବକ ମାନଙ୍କୁ ପଚାରା ଉଚରା କରି ସେମାନଙ୍କୁ ଜିଲ୍ଲାଶିଶୁମଙ୍ଗଳ କମିଟି ନିକଟରେ ହାଜରକରା ଯାଇଛି, ସେମାନଙ୍କୁ କାଉସିଲିଂ ପରେ ପରିବାରଙ୍କୁ ଏହି ଉଦ୍ଧାର ବାଳିକା ମାନଙ୍କୁ ହସ୍ତାନ୍ତର କରିଥିବାର ଜଣାପଡିଛି । ମାଲକାନଗରି ଜିଲ୍ଲାରୁ ପ୍ରତିଦିନ ମାନବଚାଲାଣ କାରି ଦଲାଲ ମାନେ ନିରିହ ସରଳ ଆଦିବାସୀ ନାବାଳକ ନାବାଳିକା, ଯୁବକ ଓ ଯୁବତା ମାନଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖାଇ ଆନ୍ଦ୍ରପ୍ରଦେଶ ,ତାମିଲିନାଡୁ,କଣ୍ଣ ର୍ାଟକ ବିଭିନ୍ନ ବାହର ରାଜ୍ୟକୁ ଚାଲାଣ କରିଥାନ୍ତି । କେତେବେଲେ କେମିତି ଶ୍ରମବିଭାଗ,କିମ୍ବା ପୁଲିସ ହାବୁଡରେ ପଡି ଏହି ଶ୍ରମିକ ମାନେ ଉଦ୍ଧାର ହେଉଥିବା ବେଳେ ଦଲାଲ ମାନେ ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିବାର ଜଣାପଡିଛି, କିଛି ଦିନ ନିରବ ହେବାପରେ ସେହି ଦଲାଲ ମାନେ ପୁଣି ଗାଁ ଗାଁ ବୁଲି ନିରିହ ଆଦିବାସୀ ପିଲାମାନଙ୍କୁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ପଠାଇ ବେସ ଦୁଇପଇସା ରୋଜଗାର କରୁଥିବା ବେଳେ ନିରିହ ପିଲାମାନେ କେବଳ ପେଟକୁ ଖାଇପିଇ କମ୍ପାନି ମାନଙ୍କରେ ଦାଦନ ଖଟିଥାନ୍ତି ।