ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ବର୍ଷ ହେବ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକା ଓ ସହାୟିକା ମାନଙ୍କୁ ସରକାର ଅଣଦେଖା କରୁଛନ୍ତି। ସେମାନେ ବାରମ୍ବାର ଦାବି କରୁଥିବା ସତ୍ୱେ ସରକାର କୌଣସି କଥା ଶୁଣୁନାହାନ୍ତି। ତେଣୁ ବାଧ୍ୟ ହୋଇ ହଜାର ହଜାର ମହିଳା ପାଚିକା ଓ ସହାୟିକା କର୍ମଚାରୀ ମାନେ ଆସନ୍ତା ୧୮ ତାରିଖ ରୁ ମଧ୍ୟାହ୍ନ ଭୋଜନ ରେ ଅସହଯୋଗ କରିବେ। ଏହା ଛଡା ଲୋୟର ପିଏମଜି ରେ ବିକ୍ଷୋଭ ଶୋଭାଯାତ୍ରା କରିବେ। ଏନେଇ ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ନିଖିଲ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ରାଜ୍ୟ ସଂଘ ପକ୍ଷରୁ ନିଷ୍ପତି ହୋଇଛି। ତେଣୁ ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ତଥା ଭଣ୍ଡାରିପୋଖରୀ ବ୍ଲକ କମିଟି ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। କମିଟି ପକ୍ଷରୁ ନନ୍ଦିତା ଦାସ, ବେଣୁଧର ସାମଲ, ମିନତି ଦାସ, ସଂଯୁକ୍ତା ସ୍ୱାଇଁ, ଜୟନ୍ତୀ ମହାରଣା , ରୁପଶ୍ରି ନାୟକ, ଚମ୍ପକ ଲତା ଓଝା ପ୍ରମୁଖ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ ମାନଙ୍କୁ ଛୁଟି ମଞ୍ଜୁର ପାଇଁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି।