Odiapua.com

ଆନ୍ତ ଜିଲ୍ଲା ମହିଳା ଫୁଟବଲ ଚାମ୍ପିୟନସିପ୍ ପାଇଁ ଭଦ୍ରକ ଦଳର ବରଗଡ଼ ଯାତ୍ରା

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରଗଡ଼ଠାରେ ହେଉଥିବା ଆନ୍ତଜିଲ୍ଳା ମହିଳା (ସନିୟର) ଫୁଟବଲ ଚାମ୍ପିୟନସିପ୍‌ରେ ଭାଗ ନେବା ପାଇଁ ଭଦ୍ରକ ଜିଲ୍ଳା ମହିଳା ଫୁଟବଲ ଟିମ୍ ବରଗଡ଼ ଗସ୍ତ କରିଛି । ଜିଲ୍ଲା ଆଥ୍‌ଲେଟିକ ଆସୋସିଏସନ ସାଧାରଣ ସମ୍ପାଦକ ଧିରେନ ପଲାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚୟନ ହୋଇଥିବା ଭଦ୍ରକ ଦଳରେ ଇପ୍‌ସିତା ରାଉତ (କ୍ୟାପ୍‌ଟେନ), ବର୍ଷା ମାଝୀ, ଭାରତୀ ବଗାଳ, ରାକ୍ଷୀ ମାଇତି, ରାନୀ ସାହୁ, ସଦନରାଣୀ ବୋର୍‌, ଶିବାନୀ ମାଝୀ, ଦେବୀ ସୋରେନ, ଜତି ମାଝୀ, ଲକ୍ଷ୍ମୀପ୍ରିୟା ବଳ, ବାବି ବିଶ୍ୱଜିତା ସାହୁ, ପ୍ରଜ୍ଞାପରିମିତା ନାୟକ, ଇପ୍‌ସିତା ନାୟକ, ଶୁଭଶ୍ରୀ ଖଟୁଆ, ମୋନାଲିକା ବେହୁରା, ଅଙ୍କିତା ରାଉଳ, ଅଙ୍କିତା ସାମଲ (ଗୋଲକିପର) ସାମିଲ ହୋଇଛନ୍ତି । ମ୍ୟାନେଜର ଭାବେ ଜୟନ୍ତୀପ୍ରଭା ସାମଲ ଏବଂ କୋଚ୍ ସଂଗ୍ରାମୀ ଦେବୀଦତ ନାୟକ ଦଳ ସହିତ ଯାତ୍ରା କରିଛନ୍ତି ବୋଲି ଆଥ୍‌ଲେଟିକ୍ ଆସୋସିଏସନର ସାଧାରଣ ସମ୍ପାଦକ ଧିରେନ ପଲାଇ ଜଣାଇଛନ୍ତି ।