Odiapua.com

ଆନ୍ତର୍ଜାତୀୟ ମାନବାଧିକାର ପରିଷଦପକ୍ଷରୁ ଏକ ବୈଠକ ଅନୁଷ୍ଠିତ

ଜଗତସିଂହପୁରର – ତା ୧୧/୦୮(ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଜଗତସିଂହପୁରର ସାମାଜିକ ନ୍ୟାୟ ଏବଂ ଶସକ୍ତି କରଣ ତରଫରୁ ଏକ ସାଂଗଠନିକ ବୈଠକ ତିର୍ତୋଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇ.ଏଚ୍ .ଆର୍ .ସିର ଓଡିଶା ରାଜ୍ୟ ମହିଳା ସଭାପତି ଗିତାଶ୍ରୀ ଦାସ, ରାଜ୍ୟ ସାଧାରଣ ସଂପାଦକ ମିନକେତନ ପଟ୍ଟନାୟକ, ରାଜ୍ୟ ଉପାଧ୍ୟକ୍ଷ ଇଂ. ରଂଜନ କୁମାର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଅବହେଳିତ ଏବଂ ନିଷ୍ପେସିତ ଜନ ସାଧାରଣ କିପରି ସାମାଜିକ ନ୍ୟାୟ ପାଇପାରିବେ ସେଦିଗରେ ଯୁବ ସମାଜ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଦଳିତ ପଛୁଆ ବର୍ଗର ମହିଳା ଓ ପୁରୁଷ ଏପରିକି ସାମାଜିକ ନ୍ୟାୟ ପାଇବାରୁ ବଂଚିତ ସାଧାରଣ ଜନତାଙ୍କୁ ମଧ୍ୟ ଉଚିତ୍ ନ୍ୟାୟ ପ୍ରଦାନରେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ, ଓଡିଶା ରାଜ୍ୟ ବୋର୍ଡ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ ବୋଲି ମହିଳା ଶାଖାର ଅଧ୍ୟକ୍ଷା ଶ୍ରୀମତି ଦାସ, ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଦାସ, ଅସିତ ରଂଜନ ରାଉତରାୟ, ବିବେକାନନ୍ଦ ହୋତା, ଲିଙ୍ଗରାଜ ମହାନ୍ତି(ଆଡ୍ ଭକେଟ୍ ), ସାରଦା ପ୍ରଶନ୍ନ ଗୁରୁ ମହାପାତ୍ର, ପ୍ରଭୃତି ମହାପାତ୍ର, ନିତ୍ୟାନନ୍ଦ ମହାନ୍ତି, ଆସିସ୍ କୁମାର ପାଲ, ସାମ୍ବାଦିକା ମିଲନ୍ ଜେନା ପ୍ରମୁଖ ଯୋଗ ଦେଇଥିଲେ।