Odiapua.com

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ୱାରା ମହାତ୍ମାଗାନ୍ଧୀଙ୍କ ବାଲୁକାକଳା ନିର୍ମିତ

ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିର୍ମାଣ କରିଛନ୍ତି ଏକ ବାଲୁକା କଳା ସ୍ଥାପତ୍ୟ। ସେହି କଳା କୃତିରେ ସେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ବାଲୁକା କଳାକୃତିର ଓସାର ୧୦ ଫୁଟ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ୫ ଟନ ବାଲି ଓ ୫ ଘଂଟା ପରିଶ୍ରମ, କରିବାକୁ ପଡିଥିଲା ବୋଲି ଶିଳ୍ପୀ ମାନସ କହିଛନ୍ତି।