Odiapua.com

ଆନ୍ତର୍ଜାତୀୟ ବନ୍ଧୁ ଦିବସ ଉପଲକ୍ଷେ କ୍ୟାନସର ଚେତନା କେନ୍ଦ୍ରର ଆଲୋଚନାଚକ୍ର

ରାଉରକେଲା ୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆନ୍ତର୍ଜାତୀୟ ବନ୍ଧୁ ଦିବସ ଉପଲକ୍ଷେ କ୍ୟାନସର ଚେତନା କେନ୍ଦ୍ର ତରଫରୁ ଏକ ଆଲୋଚନାଚକ୍ର ସାରନଗରୀ ସ୍ଥିତ ବିଦ୍ୟା ଷ୍ଟଡି ପଏଣ୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ଅଧ୍ୟକ୍ଷ ମିହିର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ରାହାସ ବିହାରୀ ମହାପାତ୍ର ସଭାପତିତ୍ୱ କରିଥିଲେ। ଏହି ଅବସରରେ ଜୀବନରେ ବନ୍ଧୁର ଭୂମିକା ଓ ନିଜସ୍ୱ ଅନୁଭୂତି ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଡାକ୍ତର ଅକ୍ଷୟ କୁମାର ସାମଲ, ସମାଜସେବୀ ଅରୁଣ କୁମାର ପରିଡା, ସମାଇ ସୋରେନ, ସେକ୍ଟର-୨୨ ରିଟାୟାର୍ଡ ଆସୋସିଏସନ ସଭାପତି ଦୁଷ୍ମନ୍ତ କୁମାର ନାୟକ, ନାଟ୍ୟକାର ସନାତନ ସାହୁ, ଶିକ୍ଷାବିତ୍ ତ୍ରିନାଥ ଦାସ ମୋହିନୀ, କେନ୍ଦ୍ରର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସାମ୍ବାଦିକ ତଥା କବି କୁଞ୍ଜ ବିହାରୀ ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଦେବା ନେବା ସମ୍ପର୍କରୁ ବାହାରକୁ ଗଲେ ହିଁ ବନ୍ଧୁତ୍ୱ ମିଳିପାରିବ ବୋଲି ଉଲ୍ଲେଖ କରିଥିଲେ। ନିଜ ଭିତରେ ଦସ୍ୟୁରତ୍ନାକର ଭୂମିକାକୁ ଦେଖିପାରିଲେ ଯାଇ ବାଲ୍ମିକି ହୋଇପାରିବା। ମାନବୀୟ ଚରିତ୍ର ଥିଲେ ବନ୍ଧୁତ୍ୱ ସମ୍ବବ। ସର୍ତ୍ତ ଓ ସ୍ୱାର୍ଥ ରହିଲେ ବନ୍ଧୁତ୍ୱ ତିଷ୍ଠିପାରେ ନାହିଁ। ଅସହାୟ ଓ ବିପଦ ବେଳେ ହିଁ ପ୍ରକୃତ ବନ୍ଧୁତ୍ୱର ପରିଚୟ ମିଳିଥାଏ। ବନ୍ଧୁତ୍ୱ ବିନା ବଞ୍ôଚବା ଅସମ୍ଭଭ। ପ୍ରତ୍ୟେକଙ୍କ ଜୀବନରେ ବନ୍ଧୁତ୍ୱର ଆବଶ୍ୟକତା ରହିଛି। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସଭାପତି ଡା.ମହାପାତ୍ର ସଂଯୋଜନା ସହ ସୁନ୍ଦର ମତ ଉପସ୍ଥାପନ କରିଥିଲେ। ଶ୍ରୀ ରାଉତ ଧନ୍ୟବାଦ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶେଷଦେବ ସାହୁ, ସୁସ୍ମିତା ମହାନ୍ତି, ସରୋଜ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।