Odiapua.com

ଆନ୍ତର୍ଜାତୀୟ ଜଙ୍ଗଲ ପରିଚାରକ ପରିଷଦ ସମ୍ମିଳନୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଦସ୍ୟଙ୍କ ଯୋଗଦାନ

ଭୁବନେଶ୍ୱର ୨୯-୭ (ଓଡ଼ିଆ ପୁଅ) ଆନ୍ତର୍ଜାତୀୟ ଜଙ୍ଗଲ ପରିଚାରକ ପରିଷଦର ଏସିଆ ଓ ପ୍ରଶାନ୍ତ ମହାସାଗର ଅଂଚଳର ଆଂଚଳିକ ସମ୍ମିଳନୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସଂପାଦକ – କିଶୋର ଜେନା, ଉପସଭାପତି – ମଦନ ମୋହନ ଧଳ, ମହିଳା ସଭାନେତ୍ରୀ- ପ୍ରଣତୀ ମିଶ୍ର, ଯୁବ ସଭାପତି- ସତ୍ୟବ୍ରତ ନାୟକ ଥାଇଲାଣ୍ଡର ବ୍ୟାଙ୍କକ ଠାରେ ଅଂଶ ଗ୍ରହଣ କରିଥିଲେ। ଆମ ଦେଶର ଜଙ୍ଗଲ କ୍ଷେତ୍ରରେ ଆଦିବାସୀମାନଙ୍କର ସମସ୍ୟା, ସ୍ୱାସ୍ଥ୍ୟ, ନିରାପତ୍ତା ପରିବେଶ ବିଶେଷ କରି ଜଙ୍ଗଲରେ ବସବାସ କରୁଥିବା ବନବାସୀ ମାନଙ୍କର ସାମାଜିକ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ। ଭାରତ ଭଳି କେତେକ ଦେଶରେ ଅଧିକ ଜଙ୍ଗଲ ନିୟମାନୁଯାୟୀ ମଞ୍ଜୁରୀ ପ୍ରାପ୍ତ ହୋଇନଥିବାରୁ ଅବଧ୍ୟ ଗଛକଟା, ବ୍ୟାପକ ଜୀବଜନ୍ତୁ ଶିକାର ଓ ବ୍ୟାପକ ଜଙ୍ଗଲ କ୍ଷୟକ୍ଷତି ହେଉଛି। ଏହା ବାୟୁମଣ୍ଡଳର ପରିର୍ବତନର ଏକ ମୁଖ୍ୟ କାରଣ। ଏହାକୁ ନିୟନ୍ତ୍ରଣ ନ କଲେ ପୃଥିବୀ ଧ୍ୱଂସାଭିମୂଖି ହେବ ବୋଲି ଆଲୋଚନାରେ ଡଃ ଖୁଂଟିଆ ମତ ପ୍ରକାଶ କରିଥିଲେ। ଏହାର କୁପ୍ରଭାବ ପରିବେଶ ଓ ଜଙ୍ଗଲ ଉପରେ ପଡ଼ିବା ସହିତ ଲକ୍ଷ ଲକ୍ଷ ଆଦିବାସୀ ଜୀବନ-ଜୀବିକା ହରାଇଛନ୍ତି। ବିଶ୍ୱର ଆୟତନ କ୍ଷେତ୍ରର ୩୧% ଜଙ୍ଗଲ ଥିବାବେଳେ ଓଡ଼ିଶାରେ ୨୭% ଜଙ୍ଗଲ ଅଛି। ଜଙ୍ଗଲ, ପରିବେଶ ଓ ବନ୍ୟପ୍ରାଣିକ ସୁରକ୍ଷା ତଥା ଜଙ୍ଗଲ ଅଧିବାସୀ, ଜଙ୍ଗଲରେ କାମ କରୁଥିବା ଶ୍ରମିକ ଓ ପାରମ୍ପାରିକ ଅଧିବାସୀ ଓ ଜଙ୍ଗଲ ଉପରେ ର୍ନିଭର କରୁଥିବା ଅଧିବାସୀ ମାନଙ୍କର ସ୍ୱାସ୍ଥ୍ୟ, ନିରାପତା ଓ ସାମାଜିକ ସୁରକ୍ଷା, ଭାରତରେ ସମସ୍ତ ଜଙ୍ଗଲରେ ନିୟମ ଦୃଷ୍ଟିରୁ ମଞ୍ଜୁରୀ ପ୍ରାପ୍ତ ହେବା ଦରକାର। ଆମ ଦେଶରେ ୮୮୦ ଲକ୍ଷ ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ମାତ୍ର ୮ ଲକ୍ଷ ହେକ୍ଟର ଜଙ୍ଗଲ ସ୍ୱୀକୃତ ପ୍ରାପ୍ତ ପାଇଛି। ଏଣୁ ଓଡ଼ିଶାର ସମସ୍ତ ଜଙ୍ଗଲକୁ ପ୍ରାମାଣିତ ତଥ୍ୟ ଭିତିକ ମଞ୍ଜୁରୀ ପ୍ରାପ୍ତ କରିବା, ଜଙ୍ଗଲର ପାରମ୍ପାରିକ ଆଦିବାସୀ ଓ ଅଧିବାସୀମାନଙ୍କ ଜୀବନ ଓ ଜୀବିକା ଅଧିକାର ସୁରକ୍ଷା କରିବା ପାଇଁ ଏହି ବୈଠକରେ ଆଲୋଚନାରେ ଭାଗ ନେଇ ଡଃ ରାମଚନ୍ଦ୍ର ଖୁଂଟିଆ କହିଛନ୍ତି। ଏହି ଜଙ୍ଗଲ ପରିଚାରକ ପରିଷଦର ଆଗାମୀ ୯ ଅକ୍ଟୋବର ରୁ ୧୪ ଅକ୍ଟୋବର ଇଣ୍ଡୋନେସିଆର ବାର୍ଲି ଠାରେ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହେବ। ଉକ୍ତ ସମ୍ମିଳନୀରେ ଆଦିବାସୀ ଓ ଅଧିବାସୀ ମାନଙ୍କର ଜୀବନ ସୁରକ୍ଷା, ପାରମ୍ପାରିକ ସଂସ୍କୃତି ଓ ସ୍ୱାସ୍ଥ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ଦୁଇଟି ପ୍ରସ୍ତାବ ଉତ୍‌ଥାପନ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରତିନିଧିମାନେ ପ୍ରସ୍ତାବ ଉତ୍‌ଥାପନ କରିଛନ୍ତି।