Odiapua.com

ଆନ୍ତର୍ଜାତୀୟ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ପାଳିତ

ନବରଙ୍ଗପୁର ୨୬-୬ (ଓଡ଼ିଆ ପୁଅ) ଆଜି ଆନ୍ତର୍ଜାତୀୟ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ସଚେତନତା ରଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରୁ ସବୁଜ ପତାକା ଦେଖାଇ ସଭା ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସଭା ଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସମେତ ଅବକାରୀ ବିଭାଗ ଏବଂ ସରକାରୀ କର୍ମଚାରୀ ମାନେ ଭାଗ ନେଇଥିଲେ। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ ଡଃ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶେଷ କରି ଅବୈଧ ମାଦକ ଦ୍ରବ୍ୟ ସେବନ ଦ୍ଵାରା ସମାଜ ଉପରେ ଏହାର କୁପ୍ରଭାବ କିପରି ଭାବରେ ପକାଉଛି ଆଲୋକପାତ କରିଥିଲେ। ଅବୈଧ ମାଦକ ଦ୍ରବ୍ୟ ସେବନ ଦ୍ଵାରା ସମାଜରେ ଅସାମାଜିକ କାର୍ଯ୍ୟ କଳାପ ସହିତ ହିଂସା ବୃଦ୍ଧି ପାଉଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଅବୈଧ ନିଶା ନିବାରଣ ଏବଂ ନିଶାଗ୍ରସ୍ତ ମଣିଷକୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ହେଲେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ସହିତ ଏଥିରେ ଆଧ୍ୟାତ୍ମିକ ସଂସ୍ଥା, ସ୍ଵେଚ୍ଛାସେବୀ ସଂଗଠନ ଏବଂ ସରକାରୀ ସ୍ତରରେ ଥିବା ପ୍ରମୁଖ ଭୂମିକା ଉପରେ ଜିଲ୍ଲାପାଳ ଡଃ ମିଶ୍ର ଗୁରୁତ୍ଵ ଦେଇଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ, ଅଧ୍ୟକ୍ଷ ଆଶାକିରଣ ଜଗନ୍ନାଥ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସଂଯୋଜକ ନେହେରୁ ଯୁବ କେନ୍ଦ୍ର ଭି ରମେଶ, ଗୋଷ୍ଠୀ ସମାଜିକ ସୁରକ୍ଷା ଅଧିକାରୀ, ଧନଞ୍ଜୟ ରାଓ, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟନାୟକ, ତେନ୍ତୁଳୀଖୁଣ୍ଟି ଦୁର୍ଯ୍ୟୋଧନ ଭୋଇ, ଉମରକୋଟ ଡଃ ହିମାଞ୍ଚଳ ମାଝି, ନବରଙ୍ଗପୁର ବ୍ରହ୍ମାକୁମାରୀ ଭଉଣୀ ନମିତା, ରାଖୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ, ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ, ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ବରିଷ୍ଠ ନାଗରିକ ତଥା କାଉନସିଲ ର ନଗେନ୍ଦ୍ର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।