Odiapua.com

ଆନ୍ତର୍ଜାତିକ ମହିଳା ଦିବସରେ ବିଜୁ ବାବୁଙ୍କ ୧୦୫ତମ ଜନ୍ମଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ

ଭୁବନେଶ୍ୱର ୮-୩ (ଓଡ଼ିଆ ପୁଅ) ରାଜ୍ୟରୁ ରକ୍ତାଭାବ ସଂକଟକୁ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜୀବନ ବିନ୍ଦୁ ଓ ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ସେବା ଓ ତ୍ୟାଗର ପ୍ରତୀକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେ ଜଣେ ଦୂରଦ୍ରଷ୍ଟା ଏବଂ ରାଷ୍ଟ୍ରନୀତିଜ୍ଞ ଯିଏ ଆଜୀବନ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଉଥିଲେ। ତାଙ୍କର ଜନ୍ମଜୟନ୍ତୀକୁ ସ୍ମରଣ କରି ଆଜି ବିଶ୍ୱ ମହିଳା ଦିବସ ଅବସରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ କରି ବିଜୁ ଯୁବ ଜନତା ଦଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ଜ୍ୟୋସ୍ନାମୟୀ ପରିଡାଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ସଂଗ୍ରହ ଅଭିଯାନରେ ମାନ୍ୟବର ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନି ଛୁରିଆ ଉଦ୍‌ଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଶୀଭୁଷଣ ବେହେରା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ସୁଶାନ୍ତ ରାଉତ, ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ପୂର୍ବତନ ବିଧାୟକ କିଶୋର ତରାଇ, ଅମିତ ମଲ୍ଲିକ, ସୁଲତା ଦେଓ, ଏଲିନା ଦାସ, ଦୁର୍ଗା ସାମନ୍ତରାୟ, ସ୍ନେହାଞ୍ଜଳୀ ମହାନ୍ତି, ମନ୍ଦାକିନୀ କର, ପ୍ରକାଶ ତ୍ରିପାଠୀ, ରବି ଛୋଟରାୟ, ଶୁଭ୍ରଜିତ ପାଢୀ, ତାରିଣୀ ପ୍ରସାଦ ନାୟକ, ପାର୍ଥସାରଥି ମିଶ୍ର, ଇତ୍ୟାଦି ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା କର୍ମକର୍ତ୍ତା ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ବିଭୁପ୍ରସାଦ ସ୍ୱାଇଁ, ଜୟଶ୍ରୀ ଧଳ, ଅମିତ ପ୍ରକାଶ ନାୟକ, ବିରେନ୍ଦ୍ର ପ୍ରସାଦ ଦାସ, ପ୍ରଜ୍ଞାଗାୟତ୍ରୀ ପଣ୍ଡା, ତୃପ୍ତିମୟୀ ପରିଡା, ସବନମ୍‌, ସୌମ୍ୟଦିପ୍ ଘୋଷ, ମଧୁସ୍ମିତା ଦାସ, ସସ୍ମିତା, ସୁଶୃତ ମହାନ୍ତି, ରାଜଲକ୍ଷ୍ମୀ ବେହେରା, ଶିବାନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ।