Odiapua.com

ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଓ ଭଦ୍ରକ ମହିଳା ମହାବିଦ୍ୟାଳୟ ସହଯୋଗରେ ଗତ ୭ ନଭେମ୍ବର ୨୦୨୪ ରେ ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାସିର୍ ବକ୍ସ, ପରିଚାଳନା କମିଟିର ସଦସ୍ୟ ଗୋପବନ୍ଧୁ ଦିକ୍ଷିତ୍ ଓ ଅଧ୍ୟକ୍ଷ ନିଳଗିରି ରବି ସାହୁ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୮ ମହାବିଦ୍ୟାଳୟ ଭାଗ ନେଇଥିବା ବେଳେ ପଂଚାୟତ ଡ଼ିଗ୍ରୀ କଲେଜ ବାରିକ୍‌ପୁର ବମ୍ପିଆନ ହୋଇଥିବା ବେଳେ ଚାନ୍ଦବାଲି କଲେଜ ରନର୍ସ ଅପ୍ ହେବାର ଆଖ୍ୟା ଅର୍ଜନ କରିଥିଲା। ଉଦ୍‌ଯାପନ ଉତ୍ସବରେ ଭଦ୍ରକ ଜିଲ୍ଲାକ୍ରିକେଟ ସଂଘର ସଭାପତି ଉପେନ୍ଦ୍ର ବାରିକ୍ ଅତିଥୁ ରୂପେ ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ମନୋବଳ ଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ପ୍ରତିଯୋଗିତାରେ ଲୋପାମୁଦ୍ରା ନାୟକ ଶ୍ରେଷ୍ଠ ଡିଫେଣ୍ଡର ଓ ଲିଜା ରାଣୀ ନାୟକ ଶ୍ରେଷ୍ଠ ରାଡ଼ାର ବିବେଚିତ କରା ଯାଇଥିବା ବେଳେ ଦୁଇଟି ଦଳକୁ ଚାମ୍ପିୟାନ ଓ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତା ପରିଚାଳନାରେ ମହାବିଦ୍ୟାଳର ପିଇଟି ଭାଗ୍ୟଲକ୍ଷ୍ମୀ ବାରିକ, ମଞ୍ଜୁଳା ପ୍ରଧାନ (ଉପସଭାପତି କ୍ରିଡ଼ା) ଓ ସଦସ୍ୟ ଅଶୋକ କୁମାର ନାୟକ, ବନ୍ଦନା ରାଉତ, ଭବେଶ ସ୍ୱଇଁ, ପ୍ରଦ୍ୟୁତ ପଣ୍ଡା, ଡ଼. ଶୁଭଶ୍ରୀ ରାୟ ଓ ସୌଦାମିନି ରାଉତ ସହଯୋଗ କରିଥିଲେ । ଏସ୍ ବିଡି ସ୍କୁଲ୍ ର କ୍ରିଡ଼ା ଶିକ୍ଷକ ମନୋଜ କୁମାର ସାହୁ, ବିଶ୍ୱବିଦ୍ୟାଳୟ ତରଫରୁ କ୍ରିଡ଼ା ଶିକ୍ଷକ ବାଇଧର ମହାକୁଡ଼ ଏବଂ ନିମଜ୍ଜିତ କବାଡ଼ି ଅଫିସିଆଲମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶେଷରେ କ୍ରିଡ଼ା ବିଭାଗର ସଦସ୍ୟା ସିଲେସିନା ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ।