Odiapua.com

ଆନ୍ତଃ ଜିଲ୍ଲା ଗାଡ଼ି ଲୁଟେରାଙ୍କୁ କାବୁକଲା ପୋଲିସ : ଲୁଟ କାର ଉଦ୍ଧାର

କଟକ -୦୧/୦୫(ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରିରୁ ଚୋରୀ ଯାଇଥିବା ଏକ ଅଲ୍ଟୋ କାରକୁ ଜବତ କରିଛି ମାହାଙ୍ଗା ପୋଲିସ।

ଏହି ଚୋରୀ ମାମଲାରେ ୨ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଖୁବ ଶୀଘ୍ର ଧରା ପଡିବେ ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ମୁତାବକ ଲଳିତଗିରି ଗ୍ରାମର ରୁଦ୍ର ନାରାୟଣସିଂ ଙ୍କ ଘର ଗେଟ ଭାଙ୍ଗି ଗତ ଜାନୁଆରୀ ମାସରେ ତାଙ୍କର ଏକ ଅଲ୍ଟୋ କାରକୁ କେହି ଦୁର୍ବୁତ୍ତ ଲୁଟି ନେଇଥିବା ମାହାଙ୍ଗା ଥାନାରେ ରିପୋର୍ଟ ହୋଇଥିଲା।

ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ନରେନ୍ଦ୍ର କୁମାର ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ ପରେ ଚୋରୀ କାରକୁ ଠାବ କରିବା ପାଇଁ ପୋଲିସ ଜାଲ ବିଛାଇଥିଲା।

ଆଜି ବାରିପଦା ଟାଉନ ଥାନା ଅଂଚଳରୁ ଏହି ଚୋରୀ ଗାଡିକୁ ପୋଲିସ ଜବତ କରିବାରେ ସଫଳ ହୋଇଛି।

ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅଧିନସ୍ଥ ଶରତ ଗ୍ରାମରୁ ଆଦିକନ୍ଦ ପରିଡାଙ୍କ ପୁଅ ରାଜେନ୍ଦ୍ର ଏବଂ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ସୁନାଗଡ଼ିଆ ଗ୍ରାମର ମଇରୁଦ୍ଦିନଙ୍କ ପୁଅ ସେକ ଫରିଜ ଉଦ୍ଦିନ ନାମକ ୨ ଲୁଟେରାଙ୍କୁ ମାହାଙ୍ଗା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ଏହି କାରକୁ ଉଦ୍ଧାର କରିବା ପାଇଁ ପୂର୍ବତନ ସମିତିସଭ୍ୟ ରୁଦ୍ର ନାରାୟଣ ସିଂଙ୍କୁ ପୋଲିସ ଘଟଣା ସ୍ଥଳୀକୁ ନେଇ ଗାଡ଼ିକୁ ଚିହ୍ନଟ କରିଥିଲା।

ଚୋରମାନେ ଏହି ଗାଡ଼ିର ନମ୍ବର ପ୍ଲେଟ ବଦଳାଇ ଜାଲ ନମ୍ବର ବ୍ୟବହାର କରି ଗାଡ଼ିଟିକୁ ଚଳାଉଥିବା ପୋଲିସ କୌଣସି ସୂତ୍ରରୁ ସୁରାକ ପାଇଥିଲା।

ତେବେ ମାହାଙ୍ଗା ପୋଲିସ ଗାଡି ଉଦ୍ଧାର ସହ ଅଭିଯୁକ୍ତ କାର ଲୁଟେରାଙ୍କୁ ଗିରଫ କରିଥିବାରୁ ସନ୍ତୋଷ ପ୍ରକାଶ ପାଇଛି।