Odiapua.com

ଆନ୍ତଃ କ୍ଳବ ଭଲି ଟୁର୍ଣ୍ଣାମେଣ୍ଟ- ସୂର୍ଯ୍ୟଶିଖା ଚାମ୍ପିୟନ

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ଜିଲ୍ଳାସ୍ତରୀୟ ଆନ୍ତଃ କ୍ଲବ ଭଲି ଟୁର୍ଣ୍ଣାମେଣ୍ଟର ଭଦ୍ରକ ଅପର୍ତ୍ତିବିନ୍ଧାର ସୂର୍ଯ୍ୟଶିଖା କ୍ଲବ ଚାମ୍ପିୟନ ହୋଇଛି। ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଳାର ମୋଟ ୯ଟି କ୍ଲବ ଭାଗ ନେଇଥିଲେ। ସେମାନେ ହେଲେ ଅପର୍ତ୍ତିବିନ୍ଧାର ସୂର୍ଯ୍ୟଶିଖା କ୍ଲବ, ତିହିଡ଼ିର ଶ୍ୟାମା କ୍ଲବ, ବାଗୁରାଇର ଉତ୍କଳିକା କ୍ଲବ, ମନ୍ଦାରୀ ୟୁଥ କ୍ଲବ, ଉତ୍କଳମଣି ସ୍ପୋର୍ଟିଂ ଶାସନ, ବାଲିମୁଣ୍ଡା ଭଲି କ୍ଲବ, ନେହେରୁ ଷ୍ଟାଡିୟମ ଭଲି ଟିମ୍‌, ସାଗର ବ୍ଲକ ଚୁଡାମଣି, ଚାନ୍ଦବାଲି ଭଲି ଟିମ୍। ସୁପର ଲିଗ୍‌ରେ ସୂର୍ଯ୍ୟଶିଖା ନେହେରୁ ଷ୍ଟାଡିୟମ୍ ଓ ମନ୍ଦାରୀ କ୍ଳବକୁ ୨-୦ରେ ପରାଜିତ କରି ଚାମ୍ପିୟନ ହୋଇଥିଲା। ପୁରସ୍କାର ବିତରଣ ସଭାରେ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିିଲ୍ଳା ଆଥ୍‌ଲେଟିକ୍ ଆସୋସିଏସନ ସମ୍ପାଦକ ଧିରେନ ପଲାଇ, ସଭାପତି ଉପେନ୍ଦ୍ର ବାରିକ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।