ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ପଡ଼ିଆରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ‘ଭିଜନ – ୨୦୨୪’କୁ ନେଇ ଚାଲିଥିବା ଆନ୍ତଃ ଜିଲ୍ଳା କ୍ଲବ କ୍ରିକେଟର ଆଜି ତୃତୀୟ ମ୍ୟାଚ ଜଗନ୍ନାଥପୁର କ୍ରିକେଟ କ୍ଲବ ଓ ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜେସିସି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୫.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୬୫ ରନ କରିଥିଲା । ଦଳର ଚନ୍ଦନ ପାତ୍ର ୨୮ ଓ ପ୍ରୟାସ ପ୍ରିୟଦର୍ଶୀ ୨୭ ରନ କରିଥିବା ବେଳେ ଚାନ୍ଦବାଲି ପକ୍ଷରୁ ଅଭିଜିତ ମହାରଣା ଓ ଅନ୍ୱେଶ ମହାରଣା ପ୍ରତ୍ୟେକେ ୩ଟି ଲେଖାଏଁ ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ଚାନ୍ଦବାଲି ଦଳ ୩୧ ଓଭରରେ ୫ ଉଇକେଟ ହରାଇ ୧୬୭ରନ କରି ବିଜୟ ହାସଲ କରିଥିଲା । ଚାନ୍ଦବାଲି ଏକାଡେମୀର କୌଶିକ କୁମାର ନାୟକ ୫୦, ସୌମ୍ୟ ରଂଜନ ନାୟକ ୩୯ ଓ ସୌମ୍ୟ ରଂଜନ ପାଢୀ ୨୨ ରନ କରିଥିଲେ । ଜେସିସି ପକ୍ଷରୁ ଅଙ୍କିତ ଦାସ ୨ଟି ଉଇକେଟ ନେଇଥିଲେ । କୌଶିକ କୁମାର ନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା ।