Odiapua.com

ଆନିକଟ ଓ ବାଲିପୋଖରୀ ଏସକେପ ପରିଦର୍ଶନ କଲେ ସାଂସଦ ଓ ମୁଖ୍ୟଯନ୍ତ୍ରୀ

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ବନ୍ୟା ଦ୍ୱାରା ଜଳସମ୍ପଦ ବିଭାଗର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଗୁରୁବାର ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜଳସମ୍ପଦ ବିଭାଗ ତଥା ବନ୍ୟାନିୟନ୍ତ୍ରଣ ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଚଣ୍ଡିଖୋଲ ପୂର୍ବାଞ୍ଚଳ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ଯାଜପୁର ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ଆଖୁଆପଦା ସହନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ପ୍ରମୁଖ ଆଖୁଆପଦାରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା, ବ୍ୟାରେଜ ନିର୍ମାଣ ସମ୍ଭାବନା ଅନୁଧ୍ୟାନ କରିବା ସହ ବାଲିପୋଖରୀ ଏସକେପର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏହି ଏସକେପର ପୁନଃ ତଥା ସ୍ଥାୟୀ ନିର୍ମାଣ ସମ୍ପର୍କରେ ଆଲୋଚନା କରିବା ସହ କଣ୍ଟିଘାଇ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏଥିସହ ଜଳସେଚନ ବିଭାଗ କାର୍ଯ୍ୟାଳୟରେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିଲେ।