Odiapua.com

ଆନନ୍ଦ ଚନ୍ଦ୍ର ସାହୁଙ୍କ ସ୍ମୃତିସଭା

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଷେଣ୍ଢତିରା ପଚାଂୟତ ପାରଢୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣସଭା ଅନୁଷ୍ଠିତ ହୋଇଛି । ଆୟୋଜିତ ସଭାକୁ ଶିକ୍ଷାବିତ୍ ଜଗନ୍ନାଥ ପାତ୍ର ପୌରହିତ୍ୟ କରିଥିଲେ । ଷେଣ୍ଢତିରା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଅନନ୍ତ ଚରଣ ନାୟକ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷାବିତ୍ ରମାକାନ୍ତ ଜେନା, ଅନାଦି ଚରଣ ସେନାପତି, ଅଲେଖ ଚନ୍ଦ୍ର ନାୟକ, ଶ୍ରୀକାନ୍ତ ପଣ୍ଡା, ଭାସ୍କର ଚନ୍ଦ୍ର ସେନାପତି, ପ୍ରଭାତ କୁମାର ସେନାପତି, ଡାକ୍ତର ପ୍ରଶାନ୍ତ ଖଟୁଆ, ପୂର୍ବତନ ଶିକ୍ଷକ ସଂଘ ନେତା ରଘୁନାଥ ସାହୁ ବାବାଜୀ ଚରଣ ଦଳେଇ, ରାଧାଶ୍ୟାମ ଖଣ୍ଡେଇ, ଡ. ହରେକୃଷ୍ଣ ସାହୁ, ପୂର୍ବତନ ସରପଚଂ ଶରତ ପଣ୍ଡା, ଭାଗବତ ସାହୁ ପ୍ରମୁଖ ସ୍ୱର୍ଗତ ସାହୁ ଜଣେ ସର୍ବଗୁଣ ସମ୍ପର୍ଣ୍ଣ ଶିକ୍ଷକ ଥିବା ବେଳେ ସେ ଏକାଧାରରେ ଜଣେ ଅଭିନେତା, ଗିତୀକାର, ଚିତ୍ରକର, ହାର୍ମୋନିୟମ ବାଦକ ଭାବେ ବେଶ ପରିଚିତ ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିବାରର ପଦ୍ମନାଭ ସାହୁ, କିଶୋର ଚନ୍ଦ୍ର ସାହୁ, ମଧୁସୂଦନ ସାହୁ, ଉମାକାନ୍ତ ସାହୁ, ସୁଧାକର ସାହୁ, ଜ୍ୱାଇଁ ବସନ୍ତ କୁମାର ସାହୁ, ବିଜୟ କେତନ ସାହୁ, ଆଶିଷ କୁମାର ସାହୁ, ବାସନ୍ତୀ ଲତା ସାହୁ, ସୁକାନ୍ତି ସାହୁ, ଭାରତୀ ସାହୁ ସହଯୋଗ କରିଥିଲେ ।