Odiapua.com

ଆନନ୍ଦମାର୍ଗର ବିପନ୍ନକୁ ସାହାଯ୍ୟ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନନ୍ଦମାର୍ଗ ୟୁନିଭରସାଲ୍ ରିଲିଫ ଟିମ୍‌ର ସଭାପତି ଜଗନ୍ନାଥ ରାୟ ଓ ବରିଷ୍ଠ ନାଗରିକ ଶ୍ରୀ ଶାନ୍ତନୁ କୁମାର ରାଉତ ସହଯୋଗରେ ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଂଚାୟତ ଛତ୍ରପଦା ଗ୍ରାମ ପଣ୍ଡିତ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ନଅଗୋଟି ପରିବାରର ସମସ୍ତ ଆସବାସ ପତ୍ର ସହ ବର୍ଷକର ସାଇତା ଖାଦ୍ୟ, ଛାତ୍ରଙ୍କର ବହିପତ୍ର ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଛି ଏବଂ ଏହି ଅଗ୍ନିକାଣ୍ଡରେ ବାରଗୋଟି ଗୋରୁଗାଈ ଓ ତିନିଗୋଟି ଛେଳି ଓ କୁକୁଡ଼ା ଜୀବନ୍ତ ଯୋଡ଼ି ମରିଛନ୍ତି । ଉକ୍ତ ଟିମ୍‌ର ସଭାପତି ସରଜମିନ ତଦନ୍ତ କଲାପରେ ଉକ୍ତ ଅଗ୍ନିବିପନ୍ନଙ୍କୁ ଓ ଅନ୍ୟ ଜଣେ ଗରୀବକୁ କମ୍ବଳ, ଶାଢ଼ୀ, ଧୋତି, ଲୁଙ୍ଗି, ଗାମୁଛା, ବିସ୍କୁଟ, ତାୱା ଏବଂ ନଗଦ ଛବିଶି ହଜାର ଟଙ୍କା ବଂଟନ କରାଯାଇଥିଲା । ବିପନ୍ନର ଶିକାର ହୋଇଥିବା ସମସ୍ତ ପରିବାର ସଦସ୍ୟ ସଦସ୍ୟାମାନଙ୍କୁ କଥା ପ୍ରସଙ୍ଗରେ କହିଥିଲେଯେ ପ୍ରକୃତିର ଦଣ୍ଡକୁ ହସିବାକୁ ହେବ ଏବଂ ସଂଗ୍ରାମକରି ପରିବର୍ତନ ଆଣିବାକୁ ହେବ । ଉକ୍ତ ସଂଗଠନକୁ ଡ଼ା. ରବିନ୍ଦ୍ର କୁମାର ନାୟକ, ଡ଼ା ବିଭୂତି ଭୂଷଣ ନାୟକ, ଶିକ୍ଷକ ବାବୁଲା ରାଉତ, ମଦନ ମୋହନ ନାୟକ ଓ ପ୍ରଶନ୍ନ ପ୍ରଧାନ ବିଶେଷ ସାହାଯ୍ୟ ସହଯୋଗ କରିଥିଲେ ଓ ପରବର୍ତୀ ସାହାଯ୍ୟ ପଚ୍ଛାଲୋ ଅଗ୍ନିବିପନ୍ନଙ୍କୁ ଦିଆଯିବ ।