Odiapua.com

ଆନନ୍ଦବଜାରରେ ଏଣିକି ମିଳିବ ମହାପ୍ରସାଦ

ପୁରୀ, ୭ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆନନ୍ଦ ବଜାରରେ ବସି ଭକ୍ତମାନେ ଏଣିକି ମହାପ୍ରସାଦ ସେବନ କରିପାରିବେ। ଆନନ୍ଦ ବଜାର ଭିତରେ ମହାପ୍ରସାଦ ବିକ୍ରି କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସୁଆର ମହାସୁଆର ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଉପମୁଖ୍ୟପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭକ୍ତମାନଙ୍କୁ ସୁଲଭ ଦରରେ ଉତ୍ତମ ମାନର ମହାପ୍ରସାଦ ଯୋଗାଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ଲଗାଯିବା ପାଇଁ ସ୍ଥିର ହୋଇଥିବା ଜଣାଯାଇଛି। ଏଥିସହ ଦୀପ ଦୋକାନୀମାନଙ୍କୁ ମଧ୍ୟ ଥଇଥାନ ଲାଗି ଯୋଜନା କରାଯାଉଥିବା ସୂଚନା ମିଳିଛି।