Odiapua.com

ଆନନ୍ଦପୁରକୁ ରେଳ ସଂଯୋଗ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଜେପି ନେତା

ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ରେଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ତାଙ୍କ କାର୍ଯ୍ୟାଳୟରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ସବୁଜ ମହାନ୍ତ ବର୍ମା, ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଓ କୋଷାଧ୍ୟକ୍ଷ ହରି ଭାଇ ପ୍ରମୁଖ ଭେଟି ଶୁଭେଚ୍ଛା ଜଣାଇବା ସହ କେନ୍ଦୁଝର ଜିଲ୍ଲା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିବା ଆନନ୍ଦପୁର ଉପଖଣ୍ଡକୁ ରେଳ ସଂଯୋଗ, ବଡବିଲ-ବାଂଶପାଣି ନୁଆ ରେଳପଥ ଓ କେନ୍ଦୁଝର ବାଦାମ ପାହାଡକୁ ନୁଆ ରେଳପଥ ସଂଯୋଗ ଆଦି ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ର୍ଆକର୍ଷଣ କରିଥିଲେ ।