Odiapua.com

ଆଧାର ଅପ୍‌ଡେଟ୍ କାର୍ଯ୍ୟକ୍ରମ – ବ୍ୟାଙ୍କ, ବ୍ଲକ୍‌, ଡାକଘର, ପୌରପରିଷଦରେ ହେବ ଅପ୍‌ଡ଼େଟ୍‌

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୦ ବର୍ଷ ପୂର୍ବରୁ ପ୍ରାପ୍ତ ହୋଇଥିବା ସମସ୍ତ ଆଧାର କାର୍ଡ଼ ଧାରୀମାନଙ୍କ ଆଧାର ନମ୍ବର ଅପଡେଟ୍ ପାଇଁ ପ୍ରଶାସନ ତରଫରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ପରପର୍ଯ୍ୟାୟରେ ଅପ୍‌ଡ଼େଟ୍ କରିଥିବା ଆଧାର ପାଇଁ ପୁଣିଥରେ ଅପ୍‌ଡ଼େଟ୍ କରିବା ଆବଶ୍ୟକ ନାହିଁ। ସୂଚନା ଯୋଗ୍ୟ କି ଆଧାର ଭୁକ୍ତ ବ୍ୟକ୍ତିର ପରିଚୟ ନେଇ ଭୋଟର ପରିଚୟ ପତ୍ର ଭଳି ଆବଶ୍ୟକ ପ୍ରମାଣପତ୍ର ଦାଖଲ ପୂର୍ବକ ବ୍ୟାଙ୍କ, ଡାକଘର, ବ୍ଲକ୍‌, ପୌର ପରିଷଦ କାର୍ଯ୍ୟାଳୟ ମାନଙ୍କରେ ଏହି କାର୍ଯ୍ୟ ପାଇଁ ଖୋଲାଯାଇଥିବା ଆଧାର କେନ୍ଦ୍ର ମାନଙ୍କର ସଂପୃକ୍ତ କାର୍ଡ଼ଧାରୀମାନେ ଏହି ଅପ୍‌ଡେଟ୍ କାର୍ଯ୍ୟ କରିପାରିବେ। ଏହି କାର୍ଯ୍ୟ ପାଇଁ ସଂପୃକ୍ତ ଆଧାର ଧାରୀ ମାନଙ୍କୁ ସରକାରୀ ଫି ବାବଦ ୫୦ଟଙ୍କା ମାତ୍ର ପ୍ରଦାନ କରିବାକୁ ପଡ଼ିବ ବୋଲି ଜଣାଯାଇଛି।