Odiapua.com

ଆଦିମ ବଣ୍ଡା ଓ ଡିଡାୟୀ ଜନଜାତି ଗ୍ରାମରୁ ପରିଦର୍ଶନ କରି କୋଭିଡ ସମୀକ୍ଷା କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ମାଲକାନଗିରି,୨ା୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରିର ପ୍ରକୋପ ଚାଲିତିବା ବେଲେ ଏଥିରୁ ବହାଦ ପଡିନାହାଁନ୍ତି ଆଦିମ ବଣ୍ଡା ଓ ଡିଡିୟୀ ଜନଜାତୀ । କରୋନା କାଳରେ ବଣ୍ଡା ଓ ଡିଡାୟୀଜନ ଜାତି କିପରି ରହିଛନ୍ତି , ସେମାନଙ୍କ ନିକଟରେ ସରକାରି ସହାୟତା ପହଁଚୁଛି କି ନାହିଁ ତଦାରଖ କରିବା ପାଇଁ ଆଜି ଦୁର୍ଗମ ବଣ୍ଡା ଘାଟି ଠାରେ ପହଁଚିଛନ୍ତି ରାଜ୍ୟଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ପ୍ରଥମେ ମୁଗୁଲିପଡା ବଣ୍ଡାଘାଟି ର ଦୁର୍ଗମ ବାଣ୍ଡିଗୁଡା ଗ୍ରାମକୁ ଗସ୍ତକରି ସେଠାକାର ବଣ୍ଡା ସଂପ୍ରଦାୟଙ୍କ ସହିତ ଭେଟି ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ।କୋଭିଡ ନାୟମ ପାଳନ ସହ କରୋନା କଟକଣା ସଂପର୍କରେ ଜନସଚେତନତା ବାର୍ତି ଦେଇ ମୁହଁରେ ମାସ୍କପରିଧନକରିବା, ସାନିଟାଇଜ ଲଗାଇବା, ସାବୁନରେ ହାତ ଧୋଇବା,ବାହରକୁ ନ ଯିବା ଆଦି ଜନସଚେତନତା କଥା କହିଥିଲେ ।ବଣ୍ଡା ସଂପ୍ରଦାୟଙ୍କୁ ରନ୍ଧାଖାଦ୍ୟ ଓ ସୁଖିଲା ଖାଦ୍ୟ ସହିତ ମାସ୍କ, ସାନିଟାଇଜର ମନ୍ତ୍ରୀ ବାଟିଂଥିଲେ ।ମନ୍ତ୍ରୀ ଙ୍କୁ ଘାଟିରେ ବଣ୍ଡା ରମଣୀ ମାନେ ଫୁଲ ମାଳ ପକାଇ ଖୁସିରେ ଗାଁ ଭିତରକୁ ପୋଛାଟି ନେଇଥିଲେ ।ବଣ୍ଡା ଉନ୍ନୟନ ପ୍ରକଲ୍ପ ଓ ଘାଟିରେ ଚିଲିଥିବା ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ସମୀକ୍ଷା କରିଥିଲେ । ମୁଦୁଲିପଡା ଠାରେ ଟିଏମସି ରେ ରହିଥିବା କରୋନା ସଂକ୍ରମଣ ରୋଗୀ ଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟସେବା କଥା ପଚାରି ବୁଝିଥିଲେ । ପରେ ଖଇରପୁଟ ବ୍ଲକସ୍ଥ ପୁରୁଣାଗୁମ୍ମା ଗ୍ରାମକୁ ଯାଇ ଡିଡାୟୀ ଜନଜାତିଙ୍କୁ ଭେଟି ସେମାନଙ୍କ ସୁବିଧ ଅସୁବିଧା କଥା ପଚିରାବୁଝିବା ସହିତ ଡିଡାୟୀ ପ୍ରକଲ୍ପରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।ଡିଡାୟୀ ସଂପ୍ରଦାୟଙ୍କୁ ମଧ୍ୟ ସୁଖିଲା ଖାଦ୍ୟ ମାସ୍କ.ସାନିଟାଇଜର ପ୍ରଦାନ କରିଥିଲେ । ମନ୍ତ୍ରୀ ଙ୍କ ସହିତ ଚିତ୍ରକୋମ୍‌ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ପଟାଙଙ୍ଗି ବିଧାୟକ ପ୍ରିତମ ପାଢି,ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରହୀ,ପର୍ରମୁଖ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।