ହାଟଡ଼ିହି, ୧୫ । ୩ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଆଦିବାସୀ ବିରୋଧି ମନ୍ତବ୍ୟ ଦେବା କାରଣରୁ ହାଟଡିହି ବ୍ଲକର ଟିଲ ଗଡିଆ ଠାରେ ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ଝାଡଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏପରିକି ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୋହନ ଭାଗବତ ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଛନ୍ତି । ଝାଡଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ଆଦିବାସୀ ମାନେ ଜନ୍ମରୁ ହିନ୍ଦୁ ଅଟନ୍ତି ଏବଂ ଯେଉଁମାନେ ଏହାକୁ ସ୍ୱୀକାର କରୁନାହାନ୍ତି ସେମାନଙ୍କୁ ଜନଜାତି ଲାଭ ନମିଳିବା ଉଚିତ ବୋଲି ଦେଇଥିବା ମନ୍ତବ୍ୟ ଆଦିବାସୀ ବିରୋଧି ବୋଲି ସେଙ୍ଗଲ ଅଭିଯାନ ପକ୍ଷରୁ ନିନ୍ଦା କରାଯାଇଛି । ଏହି ବିକ୍ଷୋଭରେ ଟୁକୁଲୁ ହାଁସଦା, ଦଶରଥ ମୁର୍ମୁ, ରମେଶ ଟୁଡୁ, ରାମ ମାଝୀ, ଜଗନ୍ନାଥ ମୁର୍ମୁ, ଗଜେନ୍ଦ୍ର ହେମ୍ରମ, ରାମଚନ୍ଦ୍ର ଟୁଡୁ, ଘାସିରାମ ମାଝୀ, ଶ୍ୟାମ ସୁନ୍ଦର ହାଁସଦାଙ୍କ ସମେତ ଅନେକ ଆଦିବାସୀ ସାମିଲ ହୋଇଥିଲେ ।