Odiapua.com

ଆଦିବାସୀ ବିଭାଗ ପରିଚାଳିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି କେବେ?

ସମ୍ବଲପୁର, ୧୭/୦୨(ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ର ଏକ ମାତ୍ର ଏକଲବ୍ୟ ଆଦିବାସୀ ଆଦର୍ଶ ଆବାସିକ ବିଦ୍ୟାଳୟ କୁଚିଣ୍ଡା ସହରରେ ବିଗତ ତିନିବର୍ଷ ତଳେ ସ୍ଥାପିତ ହେIଇଥିଲେ ମଧ୍ୟ ପ୍ରଶାସନିକ ବିଫଳତା ଓ ଆଗ୍ରହ ର ଅଭାବ ଯୋଗୁଁ ଜଣେ ହେଲେ ସ୍ଥାୟୀ ଶିକ୍ଷକ ବା କର୍ମଚାରୀ ନିଯୁକ୍ତି ହୋଇ ପାରିନାହିଁ I ଫଳରେ ୧୨ ଏକର ପରିମିତ ବିରାଟ କୋଠା ସ୍ଥାପିତ ହୋଇଥିଲେ ମଧ୍ୟ ବିଗତ ୨ ବର୍ଷ କାଳ ଶିକ୍ଷାଦାନ ବ୍ୟାହତ ହୋଇଛି। ଚଳିତ ବର୍ଷ ଅଷ୍ଟମ ଶ୍ରେଣୀ ଖୋଳିବା ପରେ ୧୮୦ ଜଣ ଛାତ୍ର ଛାତ୍ରୀ ହଷ୍ଟେଲ ରେ ରହି ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। କୁଚିଣ୍ଡା ଉପଖଣ୍ଡ ର ଶତାଧିକ ଲୋକ ପ୍ରତିନିଧି ସ୍ଥାୟୀ ନିଯୁକ୍ତି ଦାବି କରି ଗଣଧାରଣା ଦେବାପରେ ବିଭିନ୍ନ ବିଭାଗ ରେ ଅତିଥି ଶିକ୍ଷକ ନିଯୁକ୍ତି କରାଯାଇଥିଲେ ମଧ୍ୟ ପୂର୍ବ ରୁ ଅବସ୍ଥାପିତ ଡେପୁଟେଡ ଶିକ୍ଷକ ମାନଙ୍କୁ ନିଜନିଜ ସ୍ଥାନକୁ ଫେରାଇ ନିଆ ଯାଇଥିବାରୁ ପୁଣି ଶିକ୍ଷା ଦାନ ବ୍ୟାହତ ହେବା ସମ୍ଭାବନା ରହିଛି। ଘଟଣା ରୁ ପ୍ରକାଶ ଯେ ଓଡ଼ିଶା ରେ ଏହି ସ୍କୁଲ ସମେତ ଛଅ ଗୋଟି ଏକଲବ୍ୟ ବିଦ୍ୟାଳୟ ସମାନ ବର୍ଷ ରେ ସ୍ଥାପିତ ହୋଇଥିବା ବେଳେ ଅନ୍ୟ ସ୍କୁଲ ଗୁଡ଼ିକ ରେ ସଂପୃକ୍ତ ଜିଲ୍ଲାପାଳ ମାନେ ଚୟନକରି ସ୍ଥାୟୀ ଶିକ୍ଷକ ନିଯୁକ୍ତି କରି ସାରିଛନ୍ତି। ଅନ୍ୟ ପକ୍ଷରେ ସମ୍ବଲପୁର ଜିଲ୍ଲା ରେ ଚୟନ ପ୍ରକିୟା ସରିଥିଲେ ମଧ୍ୟ ଜଣେ ହିନ୍ଦି ଶିକ୍ଷକ ଆଶାୟୀ ମେରିଟ ତାଳିକାରେ ତା ନାମ ସାମିଲ ହୋଇନଥିବା ରୁ ହାଇକୋର୍ଟ ର ଆଶ୍ରୟ ନେଇଥିଲେ। ବିଚାର ବିଭାଗ ଏହାର ଉତ୍ତର ରଖିବା ପାଇଁ ଜିଲ୍ଲାପାଳ ଓ ଆଦିବାସୀ ମଙ୍ଗଳ ବିଭାଗ କୁ କୈଫୟତ ମାଗିବା ଆଳରେ ବିଭାଗୀୟ କର୍ତ୍ତୁପକ୍ଷ ନିଯୁକ୍ତି ପ୍ରକ୍ରିୟା କୁ ସ୍ଥଗିତ ରଖାଯାଇଥିବା ପ୍ରଚାର କରି ଆଜି ପର୍ଯ୍ୟନ୍ତ ନିଯୁକ୍ତି ଦେଇ ନାହାନ୍ତି। ସଂପ୍ରତି ହିନ୍ଦି ବିଭାଗ କୁ ଛାଡି ଅନ୍ୟ ବିଭାଗ ର ଶିକ୍ଷକ ଓ ଅଣ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେବାରେ କୌଣସି ଅସୁବିଧା ନାହିଁ ବୋଲି ବିଚାର ବିଭାଗ ସ୍ପଷ୍ଟ କରିଥିବାରୁ ଚୟନ ହେIଇଥିବା ପ୍ରାର୍ଥୀମାନଙ୍କୁ କରୋନା ପରବର୍ତ୍ତୀ ଶିକ୍ଷାଦାନ ଆଦେଶ ପୂର୍ବରୁ ନିଯୁକ୍ତି ଦେବାପାଇଁ ଦାବି ହେଉଛି। ଏତଦ୍ ବ୍ୟତୀତ ଟାଙ୍ଗରମୁଣ୍ଡା ଆଶ୍ରମ, ଅର୍ଡାବାହାଲ କନ୍ୟାଶ୍ରମ, ବଡମୁଣ୍ଡାଲୋଇ ଆଶ୍ରମ, ଟିକିଲିପଡା, ଭୋଜପୁର ଓ ଷଣ୍ଢପଥର ଆଦି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ଗଣିତ ଶିକ୍ଷକ ସହ ଅନ୍ୟାନ୍ୟ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ଗୁଡିକ ପୂରଣ କରିବାକୁ କୁଚିଣ୍ଡା ସ୍ଥିତ ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ଏକ ଦାବିପତ୍ର ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଙ୍କୁ ଦାବି କରି ଚଳିତ ମାସ ଶେଷ ସୁଦ୍ଧା ଦାବି ପୂରଣ ନ କଲେ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି। ପ୍ରକାଶ ଥାଉ କି ବର୍ଷକ ତଳେ ସମ୍ବଲପୁର ଜିଲ୍ଲାପାଳ ଏଥିପାଇଁ ବିଜ୍ଞପ୍ତି ଜାରି କରିଥିବା ବେଳେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ବହୁ ସଂଖ୍ୟକ ଚାକିରି ଆଶାୟୀ ଆବେଦନ କରିଛନ୍ତି। ପରବର୍ତ୍ତୀ ସମୟରେ ସମ୍ବଲପୁର ଏକତା ମଞ୍ଚ ଓ କୁଚିଣ୍ଡା ଅଞ୍ଚଳ ର ପ୍ରାର୍ଥୀ ମାନେ ଅନ୍ୟ ଜିଲ୍ଲା କର୍ତ୍ତୃପକ୍ଷ ଙ୍କ ସଦୃଶ୍ୟ ସମ୍ବଲପୁର ଜିଲ୍ଲା ର ପ୍ରାର୍ଥୀ ମାନଙ୍କୁ ଅଗ୍ରାଧିକାର ଦେବାପାଇଁ ଦାବି କରାଯିବାରୁ ଜିଲ୍ଲାପାଳ ଅନୁରୂପ ସଂଶୋଧିତ ବିଜ୍ଞପ୍ତି ଜାରି କରିଥିଲେ। ଏଣୁ ନିଯୁକ୍ତି ପ୍ରକ୍ରିୟା ଆଗକୁ ନ ବଢାଇଲେ ଆଶାୟୀ ବେକାର ଯୁବକ ଯୁବତୀ ମାନେ ଶିକ୍ଷକ ନିଯୁକ୍ତି ହେବ କେବେ ବୋଲି ପ୍ରଶ୍ନ କରିଛନ୍ତି।