Odiapua.com

ଆଦିବାସୀ ବିକାଶ ପରିଷଦର ନୂଆଁଖାଇ ଭେଟଘାଟ

କୋରାପୁଟ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): କୋଟପାଡରେ ଅଖିଳ ଭାରତୀୟ ଆଦିବାସୀ ବିକାଶ ପରିଷଦର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭତରା ସଂପ୍ରଦାୟ ଲୋକେ ଏଥିରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଶିକ୍ଷା,ସ୍ୱାସ୍ଥ୍ୟ, ଅର୍ଥନୀତି ସମ୍ପର୍କରେ ଆଲୋଚନା କରାଯାଇଛି । ସାଂସ୍କୃତିକ ଭଳି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।