Odiapua.com

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡିଶା ପୁରୁଷ ହକି ବିଶ୍ୱକପ ମାସ୍କଟ ଓଲିକୁ ସ୍ୱାଗତ

ମାଲକାନଗିରି, ୧୦ା୧୧ (ଓଡିଆ ପୁଅ ) ଆସନ୍ତା ୨୮ତାରିଖରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ହେବାକୁ ଥିବା ଓଡିଶା ପୁରୁଷ ହକି ବିଶ୍ୱକପ ର ମାସ୍କଟ ଓଲି ଆଦିବାସୀ ଆଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପହଁଚିବା ପରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଆଜି ସକାଳେ ଜିଲ୍ଲାସଦର ମହକୁମା ଡିଏନକେ ମଇଦାନ ଠାରେ ମୁଖ୍ୟଅତିଥି ଭାବେ ବିଧାୟକ ମାନସ ମାଡକାମି ଯୋଗଦେଇ ଏହି ମାସ୍କଟ ଓଲି ଙ୍କୁ ସ୍ୱାଗତ କରି ସୋଭା ଯାତ୍ରାକୁ ଉଦଘାଟନ କରିଥିଲେ। ଏହି ସୋଭାଯାତ୍ରାରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ, ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର, ମାଲକାନଗିରି ଥାନାଅଧିକାରୀ ସୌମେନ୍ଦୁଶେଖର ତ୍ରୀପାଠୀ ପ୍ରମୁଖ ଯୋଗଦେଇ ଥିଲେ। ଏକ ବିରାଟସୋଭା ଯାତ୍ରାରେ ସହର ପରିକ୍ରମା କରାଯାଇ ସ୍ଥାନୀୟ ଷ୍ଟେଡିୟମ ଠାରେ ଜିଲ୍ଲାକ୍ରୀଡା ଆଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ ସମ୍ବୋର୍ଦ୍ଦନା ସଭାର ଆୟୋଜନ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବିଜୁ ଯୁବବାହିନୀ ର ପିଲାମାନେ ନୃତ୍ୟସଂଗୀତର ର ତାଳେ ତାଳେ ଏହି ଓଲି ଙ୍କୁ ସ୍ୱାଗତ କରିଥିଲେ।