Odiapua.com

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପୋଟ୍ରେଲ ପଚାଂୟତ ପ୍ରଥମ ବାଲ୍ୟବିବାହ ମୁକ୍ତ ପଚାଂୟତ

ମାଲକାନଗିରି,୧୫ା୭( ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମହିଳା ଶାକ୍ଷା ହାର ମାତ୍ର୩୮.୨୮ ପ୍ରତିଶତ ଥିବାରୁ ଦିନକୁ ଦିନ ବାଲ୍ୟବିବିବାହ ସଂଖ୍ୟ ବୃଦ୍ଧିପାଇ ଚାଲିଛି । ଜିଲ୍ଲାର ବିଭିନ୍ନ ଆଦିବାସୀ ଓ ବଙ୍ଗୀୟ ଭାଷାଭାଷି ଗ୍ରାମ ଗୁଡିକରେ ପ୍ରାୟ ପ୍ରତି ଦିନ କେଉଁଠି ନା କେଉଁଠି ବାଲ୍ୟବିବାହ ହୋଇଥାଏ । ଓଡିଶା ର ମାଲନାକିଗିର ିଜିଲ୍ଲାରେ ହାରାହାରି ୩୯.୩ ପ୍ରତିଶତ ସର୍ବାଧିକ ବାଲ୍ୟବିବାହ ହେଉଥିବାର ସରକାରି ରିପୋର୍ଟ ରୁ ଜଣାପଡିଛି । ଜିଲ୍ଲାରେ ବହୁଳ ଭାବେ ବାଲ୍ୟବିବାହ ହେଉଥିବାରୁ ମାତୃ ଓ ଶିଶୁ ମୃତ୍ୟୁହାର ବୃଦ୍ଧିପାଇଥାଏ । ଅନେକ ମହିଳା ଙ୍କର ବିକଳାଙ୍ଗ ଅପରିପୃଷ୍ଟକ ଶିଶୁ ଜନ୍ମହୋଇଥାଏ । ମା ମାନେ ରକ୍ତହିନତାର ଶିକାର ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ବାଲ୍ୟବିବାହକୁ ରୋକିବା ପାଇଁ କୋରକୁଣ୍ଡା ବ୍ଲକ ଶିଶୁମହିଳା କଲ୍ୟାଣ ଅଧିକାରୀ ନିଳିମା ରାଣୀ ମଣ୍ଡଳ,ସୁପରଭାଇଜର ଶାନ୍ତିକରସୁଧା ପଟନାୟକ ଙ୍କ ନେତୃତ୍ୱରେ ପ୍ରଥମେ ମଡେଲ ପଚାଂୟତ ଭାବେ ଆଦିବାସୀ ଅଧ୍ୟୁଷିତ ପୋଟ୍ରେଲ ପଚାଂୟତ କୁ ଗ୍ରହଣ କରି ସେଠାରେ ଗତ ଦୁଇବର୍ଷ ଧରି ଅଙ୍ଗନ ଓ୍ୟାର୍ଡି କର୍ମୀ ମାନଙ୍କ ସହିତ ବିଭିନ୍ନ ଗ୍ରାମକୁ ଗସ୍ତକରି ଜନସଚେତନତା ସୃଷ୍ଟି କରିବା ସହିତ ବିଭିନ୍ନ ସମୟରେ ବାଲ୍ୟବିବାହ କୁ ରୋକିପାରିଛନ୍ତି । ଏହି ପଚାଂୟତରେ ୫ଟି ରାଜସ୍ୱ ଗ୍ରାମର୧୪ଟି ଓ୍ୟାର୍ଡରେ ୭୯୭୩ ଜନସଂଖ୍ୟା ମଧ୍ୟରୁ ୬୩୬ଜଣ କିଶୋରୀ ବାଳିକା ଅଛନ୍ତି ।ଗତ ଦୁଇବର୍ଷ ହେଲା ଏହି ପଚାଂୟତରେ ଗୋଟିଏ ବି ହେଲେ ବାଲ୍ୟବିବାହ ହୋଇନଥିବାରୁ ପୋଟ୍ରେଲ ପଚାଂୟତକୁ ଜିଲ୍ଲାର ପ୍ରଥମ ବାଲ୍ୟବିବାହ ମୁକ୍ତପଚାଂୟତ ଭାବେ ଗ୍ରହଣ କରାଯାଇଛି । ଏ ନେଇ ପୋଟ୍ରେଲ ପଚାଂୟତ ସଭାଗୃହରେ କୋଭିଡ ନିୟମ ପାଳନକରି ମାସ୍କପରିଧାନ ସହିତ ସାମାଜିକ ଦୂରତା ଅବଲମ୍ବନ କରି ସରପଂଚ ଭୀମାବାରସା ଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଟିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ୟୁନିସେଫ ସଂଯୋଜକ ପ୍ରସନ୍ନ୍ନକୁମାର ମିଶ୍ର,କୋରକୁଣ୍ଡା ବ୍ଲକ ସିଡିପିଓ ନଳିମା ରାଣୀ ମଣ୍ଡଳ,ଆଇସିଡିଏସ ପରିଦର୍ଶିକା ଶାନ୍ତି କରସୁଧାପଟନାୟକ,ଅଙ୍ଗନ ଓ୍ୟାର୍ଡିକର୍ମୀ,ଲୋକପ୍ରତିନିଧି ମାନେ ଉପସ୍ଥିତ ରହି ସେମାନଙ୍କ ମତ ଉପସ୍ଥାପନା କରିଥିଲେ । ପଚାଂୟତକୁ ସମ୍ପୁଣ୍ଣ ର୍ ଭାବେ ବାଲ୍ୟବିବାହ ମୁକ୍ତ ପଚାଂୟତ ଗଠନ ସହିତ ପଚାଂୟତରେ ମାତୃ ଶିଶୁ ମୃତ୍ୟୁହାର କମାଇବା ସହିତ ମାତୃ ଓ ଶିଶୁ ପୃଷ୍ଟିହିନତା ଦୁରକାରାଯାଇ ପାରିଥିବାରୁ ସୁପରଭାଇଜର ଶ୍ରୀମତୀ ପଟନାୟକ ଙ୍କ ଦ୍ୱାରା ଲିଖିତ ଆମ ଗାଁ ଆମେ ଜଗିବା..ଆଗକୁ ଯିବା ସଂପର୍କରେ ଏକ ସଫଳ କାହାଣି ପୁସ୍ତକ କୁ ମଚାଂଶିନ ଅତିଥି ମାନେ ଉନ୍ମୋଚନ କରିଥିଲେ । ଜିଲ୍ଲାର ପୋଟ୍ରେଲ ପଚାଂୟତ କୁ ପ୍ରଥମକରି ବାଲ୍ୟବିବାହ ମୁକ୍ତପଚାଂୟତ ଭାବେ ଘୋଷଣା କରାଯାଇ ଆଦିବାସୀ ଅଧ୍ୟୁଷିତଅଚଂଳରେ ଏକ ମାଇଲଖୁଟଂ ସୃଷ୍ଠି କରିଥିବାରୁ କୋରକୁଣ୍ଡା ବ୍ଲକ ଓ ପୋଟ୍ରେଲ ପଚାଂୟତ ବାସୀ ଖୁସିହୋଇ ଏହି କାର୍ଯ୍ୟକୁ ସଫଳ କରିଥିବା ଆଧିକାରୀ ମାନଙ୍କୁ ଧନ୍ୟବାଦ ସହ ପ୍ରଶଂସା କରିଛନ୍ତି ।