Odiapua.com

ଆଦିବାସୀ ଅଧ୍ୟୁଷିତ ଅଚଂଳରେ ରନ୍ଧନଗ୍ୟାସ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି,୪ ।୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମ ର ମହିଳା ଓ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ରନ୍ଧନଗ୍ୟାସ ବ୍ୟବହାର ନେଇ କୋରକୁଣ୍ଡା ବ୍ଲକସ୍ଥ  ଏସ.ତଣ୍ଡାପାଲି ପଚାଂୟତ ଏମଭି୧୬ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ରନନ୍ଧନ ଗ୍ୟାସ ବ୍ୟବହାର ସଂପର୍କିତ ଏକ ସଚେତନତା ଶିବୀର ଅନୁଷ୍ଟିତ ହୋଇ ଯାଇଛି । ମାଲକାନଗିରି ପଚଂବଟୀ ଗ୍ୟାସ ଏଜେନ୍ସି ଆନୁକୂଲ୍ୟରେ ବିତରକ ବିଷ୍ଣୁପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା ଶିବୀରରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ମୁଖ୍ୟବକ୍ତାଭାବେ ରନ୍ଧନଗ୍ୟାସ ସାମାଜିକ ଉନ୍ନତି କରଣ ଅଧିକାରୀଣୀ ସ୍ଥିତିପ୍ରଜ୍ଞା ଦାସ,ସମ୍ମାନିତ ଅତିଥି ଭାବେ ଏସ.ତଣ୍ଡାପାଲି ପଚାଂୟତ ଆଚଂଳିକ ସାଧନାକେନ୍ଦ୍ର ସଂଯୋଜକ ଅରବିନ୍ଦଜେନା,ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସାଧନା ରାଣୀ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ରନ୍ଧନ ଗ୍ୟାସର ଉପକାରିତା ଓ ଏହାର ବ୍ୟବହାର ସଂପର୍କରେ ବୁଝାଇଥିଲେ । ଉପସ୍ଥିତ ଗ୍ରାମର ମହିଳା ଓ ବିଦ୍ୟାଳୟର ଛାତ୍ରୀ ଙ୍କୁ ଗ୍ୟାସର ଉପକାରିତା ଓ ଅପକାରିତା ସଂପର୍କରେ ସୁଚନା ଦେଇ କେଉଁ କେଉଁ ଜିନିଷ ପ୍ରତି ଅଧିକ ସତର୍କ ଅବଲମ୍ବନକରିବେ, ଗ୍ୟାସ ଚୁଲା କେମିତି ଜଳାଇବେ,ଗ୍ୟାସକୁ କେମିତି ବ୍ୟବହାର କରିବେ ସେନେଇ ଗ୍ୟାସ ଚୁଲା ଜଳାଇ ସଚେତନତା କରାଯାଇଥିଲା  ।