Odiapua.com

ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସାହିତ୍ୟସେବା ପାଇଁ ମାଲକାନଗିରି ଜିଲ୍ଲାର ସାହିତ୍ୟିକ ବିଶ୍ୱଭାରତୀ ଶାନ୍ତିନିକେତନ ଠାରେ ଜାତୀୟସ୍ତରରେ ସମ୍ମାନୀତ

ମାଲକାନଗିରି,୨୫ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବରିଷ୍ଠ ସାହ୍ୟିତିକ,ଗବେଷକ,ଲେଖକ ରତ୍ନାକରଦାଶ ଓଡିଆ ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ଉଲେଖ୍ୟନୀୟ ସଫଳତା ପାଇଁ ବିଶ୍ୱଭାରତୀ ଶାନ୍ତିନିକେତନ ଓ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟସ୍ତରେ ପୁରସ୍କୃତ ହୋଇଥିବାରୁ ସମଗ୍ର ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଓ ବିଶ୍ୱଭାରତୀ ଶାନ୍ତିନିକେତନ ମିଳିତ ଆନୁକୂଲ୍ୟରେ ଗତ୧୮ ଓ ୧୯ ତାରିଖ ଦୁଇଦିନ ଧରି ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱଭାରତୀ ଶାନ୍ତିନିକେତନ ଠାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ବର୍ଷ ପାଳନ ଅବସରରେ ଜାତୀୟ ସଂପାନ ରେ ଓଡିଆ ସାହିତ୍ୟରେ ଗାନ୍ଧୀ ଓ ଓଡିଆ କବିତାରେ ଗାନ୍ଧୀ ଶୀର୍ଷକ ରେ ସମ୍ମାନୀୟ ଆଲୋଚକ ଭାବେ ଯୋଗଦେଇ ଶ୍ରୀ ଦାଶ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସାହିତ୍ୟ ସେବା ପାଇଁ ସମ୍ମାନୀତ ହୋଇଛନ୍ତି । ଏହି ଦୁଇଦିନିୟା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଖ୍ୟାତ କଥା ଶିଳ୍ପୀ ଓ ଗାନ୍ଧୀବାଦି ଶ୍ରୀ ଦାଶ ବେନହୁର, ମୁଖ୍ୟବକ୍ତା ବିଶିଷ୍ଠ ଗାନ୍ଧୀବାଦୀ କବି ପ୍ରହ୍ଲାଦ କୁମାର ସିଂ,ସମ୍ମାନିତ ଅତିଥି ଓଡିଶା ସାହିତ୍ୟ ଏକାଡେମୀ ସଚିବ ଜୟନ୍ତୀ ରଥ,ଯଶସ୍ୱୀ ଗାନ୍ଧୀବାଦୀ କବି ଗୌରାଙ୍ଗଚରଣ ପରିଡା, ବିଶ୍ୱଭାରତୀ ଶାନ୍ତିନିକେତର ଓଡିଆ ବିଭାଗ ମୁଖ୍ୟ ପ୍ରଫେସର କଇଳାଶ ପଟନାୟକ,ବିଶ୍ୱଭାରତୀ ଶାନ୍ତି ନିକେତନର ମନୋରଜଂନପ୍ରଧାନ, ସବିତା ପ୍ରଧାନ,ବିଶିଷ୍ଠ ସାହିତ୍ୟିକ କୈଳାଶ ଚନ୍ଦ୍ର ଟିକାୟତରାୟ,ଗିରିବାଳା ମହାନ୍ତି,ରବିରାୟ,ସୁଶାନ୍ତ ଦାଶ,ପ୍ରଦୀପ ମିଶ୍ର,ସଂଜଦୟ ଛୁଆଳ ସିଂ, ଚିନ୍ମୟ ମିଶ୍ର, ଙ୍କ ସହିତ ଓଡିଶା ରାଜ୍ୟ ଓ ଜାତୀୟସ୍ତରର ବିଶିଷ୍ଠ କବି ସାହାତ୍ୟିକ ମାନେ ଯୋଗଦେଇ ଓଡିଆ ସାହିତ୍ୟରେ ଗାନ୍ଧୀ ସଂପର୍କରେ ଆଲୋଚନା ସହ ପ୍ରବନ୍ଧ ଉପସ୍ଥାପନ କରି କବିତାପାଠ କରିଥିଲେ । ଓଡିଓ ଭିଜୁଆଲ ହଲ ,ଭାଷାଭବନ ବିଶ୍ୱଭାରତୀ ଶାନ୍ତିନିକେତନ ଠାରେ ଆୟୋଜିତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଓଡିଶା ସାହିତ୍ୟଏକାଡେମୀ ସଚିବ ଜୟନ୍ତି ରଥ, ବିଶ୍ୱଭାରତୀ ଶାନ୍ତିନେକେତନ ଭାଷାଭବନର ମୁଖ୍ୟ ପ୍ରଫେସର ନରୋତମ ସେନାପତି,ବିଶ୍ୱଭାରତୀ ଶାନ୍ତିନିକେତନ ଓଡିଆ ବିଭାଗ ମୁଖ୍ୟ ପ୍ରଫେସର କଇଳାଶ ପଟନାୟକ ଶ୍ରୀ ଦାଶଙ୍କୁ ପ୍ରମାଣ ପତ୍ର ଓ ଉପଢୌଉକନ ଦେଇ ସମ୍ମାନୀତ କରିଥିଲେ । ରତ୍ନାକରଦାଶ ଦୀର୍ଘ ୩୨ ବର୍ଷ ଧରି ସିମାନ୍ତ ଓ ଉପାନ୍ତ ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଭଳି ଏକ ପଛୁଆ ଅଚଂଳରେ ଓଡିଆ ଭାଷା,ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସୃଜନ ପ୍ରଚାର ପ୍ରସାର ଓ ବନବାସୀଙ୍କ ଜୀବନଧାରା ବିକାଶ କ୍ଷେତ୍ରରେ ଗବେଷଣାତ୍ମକ ସମ୍ବାଦ ଓ ଫଟୋ ଫିଚର ବିଭିନ୍ନ ପତ୍ର ପତ୍ରୀକାରେ ଉପସ୍ଥାପନ କରି ଆସିଛନ୍ତି । ସମାଜସେବା,ସାହିତ୍ୟ ଓ ସାମ୍ବାଦିକ କ୍ଷେତ୍ରରେ ସୁନାମ ଅର୍ଜନକରି ଅନେକଥର ଜିଲ୍ଲା ଓ ରାଜ୍ୟସ୍ତରରେ ସମ୍ମାନିତ ହେବାସହ ଗ୍ରାମାଚଂଳ ସାମ୍ବାଦିକ କ୍ଷେତ୍ରରେ ଫେଲୋସିପ୍ ପାଇଛନ୍ତି । ଆଦିବାସୀଙ୍କ ସଂସ୍କୃତି ପରମ୍ପାରା ଓ ପବ ର୍ପବ ର୍ାଣୀ କୁ ନେଇ ବନବାସୀଙ୍କ ଜୀବନ ସଂଗୀତ ନାମରେ ଓ ଐତିହ,ପରମ୍ପରା,ଧାର୍ମିକ ସଂସ୍କୃତିର ବଡଯାତ୍ରା ପବ ର୍କୁ ନେଇ ମାଲ୍ୟବନ୍ତର ବଡଠାକୁର ବଡଯାତ୍ରା ନାମରେ ଦୁଇଟି ଗବେଷଣାତ୍ମକ ପୁସ୍ତିକା ରଚନାକରିବା ସହ ବଡଯାତ୍ରା ସଂପର୍କରେ ଏକ ପ୍ରାମାଣିକ ସିଡି ଫିଲ୍ମି ନିର୍ମାଣ କରି ସମଗ୍ର ଜିଲ୍ଲାବାସିଙ୍କ ନିକଟରେ ଆଦରଣୀୟ ହୋଇପାରିଛନ୍ତି । ଶ୍ରୀଦାଶ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ଦୁଇଥର ମନୋନୀତ ହୋଇ ସୀମାନ୍ତ ଅପହଁଚ ଇଲାକା ଗ୍ରାମଗୁଡିକରେ ଅନେକ ଉଲେଖ୍ୟନିୟ କାମକରି ଓଡିଆ ଭାଷା ସଂସ୍କୃତିର ପ୍ରଚାର ଓ ପ୍ରସାର କରିଆସିଛନ୍ତି । ବିଶ୍ୱଭାରତୀ ଶାନ୍ତିନିକେତନରେ ଜାତୀୟସ୍ତର ରେ ସେ ସମ୍ମାନୀତ ହୋଇଥିବାରୁ ସାହିତ୍ୟିକ, ଲେଖକ,କବି, ସାମ୍ବାଦିକ,ବୁଦ୍ଧିଜୀବୀ ,ବିଭିନ୍ନ ସାହିତ୍ୟ ଅନୁଷ୍ଟାନ ର କର୍ମକର୍ତାମାନେ ଶ୍ରୀ ଦାଶଙ୍କୁ ସମ୍ବର୍ଦ୍ଦୋନା ସହ ଶୁଭେଚ୍ଛା ଜଣାଇଛନ୍ତି ।