Odiapua.com

ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍‌କୁ ଜାତୀୟ ଜଳ ପୁରସ୍କାର

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭର୍ଚୁଆଲ ସମାରୋହ ମାଧ୍ୟମରେ ଆୟୋଜିତ ଦ୍ୱିତୀୟ ଜାତୀୟ ଜଳ ପୁରସ୍କାର ଉତ୍ସବରେ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍‌କୁ ସିଏସ୍‌ଆର କ୍ଷେତ୍ରରେ ଉତ୍ତମ କାର୍ଯ୍ୟାବଳୀ ଯୋଗୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ରତନ ଲାଲ କାଟାରିଆ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସିଏସ୍‌ଆର ଅଂଶସ୍ୱରୂପ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଦ୍ୱାରା ଗୁଜୁରାଟର ମୁନ୍ଦ୍ର ଓ କଚ୍ ଅଂଚଳରେ ଜଳ ସଂରକ୍ଷଣ ଓ ଏହାର ପରିଚାଳନା ଦିଗରେ ନିଆଯାଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ନିମିତ୍ତ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍‌, ମୁନ୍ଦ୍ରା, କଚ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରକ୍ସିତ୍ ଶାହା କହିଛନ୍ତି, ଏହି ପୁରସ୍କାରଟି ଜଳ ସଂରକ୍ଷଣ ପ୍ରତି ଆମର ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତତାର ପ୍ରମାଣ ଅଟେ ଏବଂ ଏଥପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ । ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍‌ର ସିଏସ୍‌ଆର୍ କାର୍ଯ୍ୟକ୍ରମ ପ୍ରୋଗ୍ରାମ ଆଦାନୀ ଫାଉଣ୍ଡେସନ୍ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ । ଗୁଜୁରାଟର ଜଳ ଅଭାବ ଏବଂ ମରୁଡ଼ି ପ୍ରବଣ କଚ୍ ଜିଲ୍ଲାରେ ଲୋକମାନେ ଭୂତଳ ଜଳ ଏବଂ ପାଇପ୍ ଜଳ ଉପରେ ନିର୍ଭର କରନ୍ତି । ଏହି ଜଳରେ ଟିଡିଏସ୍ ମାତ୍ରା ଅଧିକ ରହିଛି, ଯାହା ଏହି ଅଂଚଳର ବାସିନ୍ଦାଙ୍କ ହାଡ ଏବଂ କିଡନୀ ରୋଗର କାରଣ । ଏହି ସମସ୍ୟାର ସମାଧାନ ପାଇଁ, ଆଜି ପର୍ଯ୍ୟନ୍ତ ୧୮ ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି, ଯାହା ୬୩୭ ହେକ୍ଟର ଅଂଚଳକୁ ଜଳ ଯୋଗାଉଛି ଏବଂ ୧୭.୮୨ ମିଲିୟନ କ୍ୟୁବିକ୍ ଫୁଟ୍ ଜଳ ଯୋଗାଣକୁ ସୁନିଶ୍ଚିତ କରେ । ଆହୁରି ମଧ୍ୟ, ୪୪ ପୋଖରୀକୁ ଗଭୀର କରାଯାଇଛି, ସଂରକ୍ଷଣ କ୍ଷମତା ୨୩.୬୭ ମିଲିୟନ କ୍ୟୁବିକ୍ ଫୁଟ୍‌କୁ ବୃଦ୍ଧି କରିବା ସହ ୩୨୦ ଏକର ଅଂଚଳ ଉପକୃତ ହୋଇଛି । ୧୦,୦୦୦ ଲିଟର କ୍ଷମତା ବିଶିଷ୍ଟ ସଂରକ୍ଷଣ ଟ୍ୟାଙ୍କ ମାଧ୍ୟମରେ ବର୍ଷା ଜଳ ଅମଳ ପାଇଁ ୫୪ ଟି ଘର ସଜାଯାଇଛି ତଥା ୭୫ ନଳକୂଅ ଏବଂ ୩୧ ପରିତ୍ୟକ୍ତ କୂଅ ସଜଡା ଯାଇଛି । ୮୦୦ ରୁ ଅଧିକ କୃଷକ ୧୯୫୮ ହେକ୍ଟରରୁ ଅଧିକ ଚାଷ ଜମିରେ ଜଳସେଚନ ପାଇଁ ଏହି ଜଳକୁ ବ୍ୟବହାର କରିବାରେ ସକ୍ଷମ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଆଦାନୀ ଫାଉଣ୍ଡେସନ ୧୯୯୬ ମସିହାରେ ଗଠନ ହୋଇଥିବା ଆଦାନୀ ଫାଉଣ୍ଡେସନ ଦେଶର ୧୮ଟି ରାଜ୍ୟର ୨୩୧୫ଟି ଗ୍ରାମ ଓ ସହରରେ ଉନ୍ନତିମୂଳକ କାମ କରିପାରିଛି । ବିଶେଷ କରି ଶିକ୍ଷା, ଗୋଷ୍ଠୀ ସ୍ୱାସ୍ଥ୍ୟ, ସ୍ଥାୟୀ ଜୀବିକା ଏବଂ ଭିତ୍ତିଭୂମି ବିକାଶ ପରି ୪ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ୩.୪ ନିୟୁତ ଲୋକ ଆଦାନୀ ଫାଉଣ୍ଡେସନ ଦ୍ୱାରା କରାଯାଇଥିବା ଉନ୍ନତିମୂଳକ କାର୍ଯ୍ୟ ସହ ଯୋଡି ହୋଇପାରିଛନ୍ତି ।

????????????????????????????????????