Odiapua.com

ଆଦାନୀ ଧାମରା ବନ୍ଦର ପକ୍ଷରୁ ପ୍ରାଣୀଧନ ଚିକିତ୍ସା ଶିବିର

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ବନ୍ଦର ପାରିପାଶ୍ୱର୍ରେ ଉନ୍ନତ ପଶୁପାଳନ ସେବା ଏବଂ ପ୍ରାଣୀଧନ ବିକାଶ ଉଦ୍ଦେଶ୍ୟରେ ଭଦ୍ରକ ଜିଲା ପଶୁପାଳନ ଓ ପ୍ରାଣୀଧନ ଚିକିତ୍ସା ବିଭାଗ ଏବଂ ବାଏଫ୍‌ର ମିଳିତ ସହଯୋଗରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଦ୍ୱିତୀୟ ପ୍ରାଣୀଧନ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଦୋସିଙ୍ଗା ଗ୍ରାମପଞ୍ଚାୟତର ବାଲିସାହି ଗ୍ରାମରେ ଆୟୋଜିତ ଏହି ଚିକିତ୍ସା ଶିବିରରେ ଡଃ ଶଶିଭୂଷଣ ଦାଶ, ଚାନ୍ଦବାଲି ବ୍ଲକ ପଶୁ ଚିକିତ୍ସକ ପଶୁଧନ ଚିକିତ୍ସା କରିଥିବା ବେଳେ ଡଃ ନିରଞ୍ଜନ ମୁଦୁଲି, ନରସିଂହପୁର ଏଲ୍‌ଏସି, କିଶୋର ପଣ୍ଡା, ଏମ୍‌ଭିୟୁ ଟିମ୍‌, ଜଗଦୀଶ ବେହେରା, ସିଡିସି, ଦୋସିଙ୍ଗା, ବାଏଫ୍‌, ବିରାଜ ମଲ୍ଲିକ, ଏଲ୍‌ଡିସି, ଜାଗୁଳା, ବାଏଫ୍‌, ସନ୍ତୋଷ କୁମାର ନାୟକ, ଡିଓ, ବାଏଫ୍‌, ସୁଶାନ୍ତ କୁମାର ପଲ, ସିଏସ୍‌ଆର ସଂଯୋଜକ, ଆଦାନୀ ଫାଉଣ୍ଡେସନ ପ୍ରମୁଖ ପଶୁଧନ ଚିକିତ୍ସାରେ ସହଯୋଗ କରିଥିଲେ। ଏହି ଚିକିତ୍ସା ଶିବିରରେ ପଶୁପାଳନ କରୁଥିବା ୫୭ ପରିବାର ସାମିଲ ହୋଇଥିଲେ ଯେଉଁଥିରେ ୩୦୦ ରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କର ଚିକିତ୍ସା କରାଯାଇଥିଲା। ଶିବିରରେ ଅଧିକାଂଶ ପ୍ରାଣୀ ବିଶେଷ କରି ସ୍ୱଳ୍ପ ଦୁଗ୍ଧ ଦେଉଥିବା, କୃମି ଆଦି ରୋଗର ଚିକିତ୍ସା କରାଯାଇଥିଲା। ଏହାବ୍ୟତୀତ ଜାତୀୟ ପ୍ରାଣୀଧନ ଟୀକାକରଣ କାର୍ଯ୍ୟକ୍ରମରେ ୯୮ ଗୋରୁଙ୍କୁ ‘ାଟୁଆ ରୋଗ ନିମନ୍ତେ ଟୀକା ଦିଆଯାଇଥିଲା। ଏହାବ୍ୟତୀତ ପଶୁମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ୨୮୮ପ୍ରାଣୀଙ୍କୁ ସପ୍ଲିମେଣ୍ଟାରୀ ମିନେରାଲ ମିକ୍ସର ଖାଦ୍ୟ ଯୋଗାଇ ଦିଆଯିବା ସହିତ ନିମୟିତ ଭାବେ କୃମିନାଶକ ଓ ଟୀକାକରଣ ପାଇଁ ପଶୁପାଳକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆଜୋଲା ନର୍ସରୀ ଏବଂ ଯଅ, ନାପିଏର ଭଳି ପ୍ରୋଟିନଯୁକ୍ତ ଘାସ ଖୁଆଇବାକୁ ପରାମର୍ଶ ଦିଆଯାଇଥିଲା।