Odiapua.com

ଆଦାନୀ ଧାମରା ପୋର୍ଟ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର, ୬୨୩ ଜଣ ରୋଗୀ ଉପକୃତ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ବିଭାଗ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ହେଲ୍ପଏଜ୍ ଇଣ୍ଡିଆ ସହଯୋଗରେ ଧାମରା ଗ୍ରାମପଞ୍ଚାୟତର ମା’ ଧାମରାଈ କଲେଜ ପରିସରରେ ଏକ ମଲ୍ଟି-ସ୍ପେସାଲିଟୀ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ଧାମରାର ପୂର୍ବତନ ଜିଲା ପରିଷଦ ବଳଭଦ୍ର ଲେଙ୍କା ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆଦାନୀ ଧାମରା ପୋର୍ଟର କର୍ପୋରେଟ ବ୍ୟାପାର ଉପାଧ୍ୟକ୍ଷ ଜଗତ ପରିଜା, ଧାମରା ସରପଞ୍ଚ ପ୍ରିୟରଞ୍ଜନ ଜେନା, ଜାଗୁଳା ସରପଞ୍ଚ ପ୍ରତିନିଧି ସୁରେଶ କୁମାର ମାହୁନ୍ତ, ଧାମରା ଗ୍ରାମପଞ୍ଚାୟତ ସଭାପତି ଅଭିମନ୍ୟୁ ରାଉତ, ହେଲ୍ପଏଜ୍ ଇଣ୍ଡିଆର ଡଃ ଇନ୍ଦ୍ରମଣି ସାହୁ, ଡଃ ବିଜୟ କୁମାର ସାହୁ ଏବଂ ଆଦାନୀ ୱେଲନେସ୍ ସେଣ୍ଟରର ଡଃ ଦିବ୍ୟରଞ୍ଜନ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ । ଧାମରା ଗ୍ରାମପଞ୍ଚାୟତର ସହଯୋଗ ଓ ସମନ୍ୱୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୬୨୩ ଜଣ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ନିଃଶୁଳ୍କ ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ସ୍ୱପ୍ନିତା ହୋତା, କଟକସ୍ଥିତ ଶିଶୁଭବନର ଶିଶୁରୋଗ ବିଶେଷଜ୍ଞ ଡଃ ଏସ୍‌.ବି ଶ୍ରୀନିବାସ, ସନ୍‌ସାଇନ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗର ଡଃ ଉଦୟନ ଦାସ, ଭେଷଜ ବିଭାଗର ଅବସରପ୍ରାପ୍ତ ଡଃ ଅମରେନ୍ଦ୍ର ତ୍ରିପାଠୀ ପ୍ରମୁଖ ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ ।