Odiapua.com

ଆଦାନୀ ଧାମରା ପୋର୍ଟରେ ସ୍ୱାଧିନତା ଦିବସ ପାଳିତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟ ପରିସରରେ ଥିବା ରଙ୍ଗମଂଚ ପ୍ୟାରେଡ ଗ୍ରାଉଣ୍ଡଠାରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଧାମରା ପୋର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। କରୋନା ମହାମାରୀ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନିଜର ମତ ରଖି ଶ୍ରୀଯୁକ୍ତ ତ୍ରିପାଠୀ ବନ୍ଦରର ସମସ୍ତ କର୍ମଚୀରୀ ଓ ଶ୍ରମିକଙ୍କୁ ସାଧୁବାଦ ଜଣାଇଥିଲେ। ଲକ୍‌ଡାଉନ୍ ଭଳି କଠିନ ସମୟରେ ଦେଶର ଅର୍ଥନୀତିର ପ୍ରଗତିରେ ସହଯୋଗ କରିବା ପାଇଁ ପୋର୍ଟ ପରିଚାଳନା ଜାରି ରହିଥିଲା। ସେମାନଙ୍କ ପରିଶ୍ରମ ପାଇଁ ଧାମରା ବନ୍ଦର ଏହାର ଅଭିବୃଦ୍ଧି ବଜାୟ ରଖିଛି। ଆଗାମୀ ଦିନମାନଙ୍କରେ ଏଭଳି ପରିଶ୍ରମ ଜାରି ରଖିଲେ ଧାମରା ବନ୍ଦର ପୂର୍ବ ଭାରତର ପ୍ରମୁଖ ଆମଦାନୀ ଓ ରପ୍ତାନୀର ପେଣ୍ଠସ୍ଥଳୀ ସାଜିପାରିବ ବୋଲି ସେ ମତ ରଖିଥିଲେ।