Odiapua.com

ଆଦାନୀ ଡାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୧୬୩ ୟୁନିଟ ରକ୍ତ ସଂଗ୍ରହ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ଅଂଶ ଆଦାନୀ ଫାଉଣ୍ଡେସନ୍ ଓ ଓଡ଼ିଶା ରକ୍ତ ଭଣ୍ଡାର, ଭଦ୍ରକ ଶାଖାର ମିଲିତ ସହଭାଗିତାରେ କରଣପାଲି ଗ୍ରାମପଞ୍ଚାୟତର ବିଜୟପାଟଣା ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୧୬୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଏହି ରକ୍ତକୁ ଓଡ଼ିଶା ରକ୍ତ ଭଣ୍ଡାର, ଭଦ୍ରକ ଶାଖାକୁ ପ୍ରଦାନ କରାଯାଇଛି । କରଣପାଲି, ବାଲିମୁଣ୍ଡା ଓ ପଞ୍ଚୁଟିକିରି ଗ୍ରାମପଞ୍ଚାୟତର ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ତିନିଟି ଗ୍ରାମପଞ୍ଚାୟତର ସରପଞ୍ଚ ବାବୁଲି ସେଠୀ, ଗଙ୍ଗାଧର ଧଳ, ଗୋପାଳ ସେଠୀ, ସମିତି ସଭ୍ୟ ସୁଧାଂଶୁ ଶେଖର ବାରିକ, ବିପ୍ର ରଞ୍ଜନ ନାୟକ, ବୟୋଜ୍ୟେଷ୍ଠ ବ୍ୟକ୍ତି କୃଷ୍ଣଚନ୍ଦ୍ର ମଣ୍ଡଳ, ଅମୂଲ୍ୟ ମଣ୍ଡଳ, ଗିରିଜା ଶଙ୍କର ନାୟକ, ବିଦ୍ୟାଧର ବାରିକ, ଶୁକଦେବ ବିଶ୍ୱାଳ, ତପନ ଭୂୟାଁ, ହୃଷିକେଶ ଜେନା, ପ୍ରମୋଦ ଦାସ, ଭବେଶ ଗିରି, ଯୁବପିଢି ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଶିବିରକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଓଡ଼ିଶା ରକ୍ତ ଭଣ୍ଡାରର ଡାକ୍ତର ଅନାଦ କଲ୍ୟାଣୀ ଜେନା, ସାଧୁସୂଦନ ବେହେରା, ରବି ନାରାୟଣ ଖୁଣ୍ଟିଆ, ଆଦିକନ୍ଦ ଦାସ, ସୁଧାଂଶୁ ସେଠୀ, ରତିକାନ୍ତ ବଳ, ରୂପକ ସେନାପତି, କୈଳାଶ ସାହୁ, ପ୍ରକାଶ ବେହେରା, ଏସ୍ କେ ବୁଦ୍ଧି ଏବଂ ବାବାଜୀ ସାହୁ ପରିଚାଳନା କରିଥିଲେ । ରକ୍ତଦାନ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ତଥା ରକ୍ତଦାନକୁ ଏକ ବିପ୍ଳବରେ ପରିଣତ କରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସମୟ ସମୟରେ ଏହିପରି କାର୍ଯ୍ୟକ୍ରମାନ ଆୟୋଜନ କରାଯାଇ ଆସୁଅଛି ।