Odiapua.com

ଆଦାନୀ ଗ୍ୟାସ୍‌ର ପ୍ରଥମ ତ୍ରୈମାସିକରେ ୫୩ ପ୍ରତିଶତ ହ୍ରାସ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନା ମହାମାରୀ ଯୋଗୁ ୬୯ ଦିନର ତାଲାବନ୍ଦ କାରଣରୁ ଆଦାନୀ ଗ୍ୟାସ ଲିମିଟେଡ୍‌ର ପ୍ରଥମ ତ୍ରୈମାସିକ ଫଳାଫଳରେ ପ୍ରଭାବିତ ହୋଇଛି। ଗତ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସାୟ ତୁଳନାରେ ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସାୟ ୫୩ ପ୍ରତିଶତ କମିଛି। ପ୍ରଥମ ତ୍ରୈମାସିକରେ କମ୍ପାନୀର ସେଲ୍ସ ଭଲ୍ୟୁମ୍ ୬୪ଏମ୍‌ଏମ୍‌ଏସ୍‌ସିଏମ୍ ଥିବା ବେଳେ ଗତ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୩୭ ଥିଲା। ସୁଧ, ଟିକସ, ଅବନତି ଓ ୠଣମୁକ୍ତି ପୂର୍ବରୁ କମ୍ପାନୀର ଆୟ ୮୬ କୋଟି ରହିଛି। ସଂଚାଳନରୁ ୨୦୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। କମ୍ପାନୀର ତ୍ରୈମାସିକ ଫଳାଫଳ ପ୍ରକାଶ ଉପରେ ମନ୍ତବ୍ୟ ଦେଇ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, “ବିଶ୍ୱ ମହାମାରୀ ମଧ୍ୟରେ ଆଦାନୀ ଗ୍ୟାସ୍ ଲିମିଟେଡ୍ ଭଲ ପ୍ରଦର୍ଶନ କରିଛି ଓ ସ୍ଥିରତା ପାଇଁ ପ୍ରତିବଦ୍ଧତା ଜରୁରୀ। ସରକାରଙ୍କ ନୀତି ଅନୁଯାୟୀ ଆମେ ଏକ ନିରାପଦ, ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଯୋଗାଇବା ପାଇଁ ଦେଶର ଦୃଷ୍ଟିକୋଣରେ ସହଯୋଗ କରିବାକୁ ପ୍ରତିବଦ୍ଧ। ଯେହେତୁ ଭାରତର ଅର୍ଥନୀତି ଧିରେ ଧିରେ ପୁନର୍ଜୀବିତ ହେଉଛି, ବିଶ୍ୱ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନକୁ ଦୂର କରିବା ପାଇଁ ଆଦାନୀ ଗ୍ୟାସ୍ ଯଥାସମ୍ଭବ ପ୍ରଚେଷ୍ଟାରତ।” ଆଦାନୀ ଗ୍ୟାସ୍‌ର ସିଇଓ ସୁରେଶ ମଙ୍ଗଲାନି କହିଛନ୍ତି, ଏକ ଦାୟିତ୍ୱବାନ ପ୍ରାକୃତିକ ଗ୍ୟାସ୍ ସେବା ପ୍ରଦାନକାରୀ ଭାବରେ ଆଦାନୀ ଗ୍ୟାସ୍ ଏଭଳି କଠିନ ସମୟରେ ସିଏନ୍‌ଜି ଓ ପିଏନ୍‌ଜିର ନିରନ୍ତର ଯୋଗାଣ ଏବଂ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ ଜାରି ରଖିଛି। କମ୍ପାନୀ କ୍ରମାଗତ ଭାବେ ବିକାଶ ଉପରେ ନଜର ରଖିଛି ଏବଂ ଏହି ଅଦୃଶ୍ୟ ପରିସ୍ଥିତିର ପ୍ରଭାବକୁ କମାଇବାକୁ ସକ୍ରିୟ ଭାବେ କାର୍ଯ୍ୟ କରୁଛି ବୋଲି ମତପ୍ରକାଶ କରିଛନ୍ତି।