Odiapua.com

ଆଦାନି ଡିଏଭି ପବ୍ଲିକ ସ୍କୁଲରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚଳିତ ବର୍ଷ କରୋନା ମହାମାରୀ ଜନିତ ଆତଙ୍କ ହେତୁ ସମଗ୍ର ଦେଶରେ କଡ଼ା କଟକଣା ମଧ୍ୟରେ ନିରାଡ଼ମ୍ବର ଭାବରେ ସ୍ୱାଧୀନତା ଦିବସ ପାଳିତ ହେଉଅଛି। ଏହି ଉପଲକ୍ଷେ ରାଜ୍ୟ ସରକାରଙ୍କ ତର‘ରୁ ଏକ ମାର୍ଗଦର୍ଶିକା ଜାରି କରାଯାଇ ସ୍ୱାଧୀନତା ଦିବସ ପାଳନ ସମୟରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହିତ ସାମାଜିକ ଦୂରତାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସଙ୍କଟଜନକ ସ୍ଥିତିରେ ଧାମରା ବନ୍ଦର କର୍ତ୍ତୃପକ୍ଷ ପରିଚାଳିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ନିରାଡ଼ମ୍ବର ଭାବରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବାଂଶଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜୟଦେବ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ। କରୋନା ମହାମାରୀ ସମୟରେ ନିଜକୁ ସ୍ୱାସ୍ଥ୍ୟସେବାରେ ନିୟୋଜିତ ରଖିଥିବା ଡାକ୍ତର ଭଟ୍ଟାଚାର୍ଯ୍ୟ ଜଣେ କୋଭିଡ ଯୋଦ୍ଧା ଭାବରେ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ କୋରୋନା ଜନିତ ସଂକ୍ରମଣରୁ ରକ୍ଷା ପାଇଁ ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରିବା ସହିତ ନିଜ ଘରେ ନିରାପଦରେ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କ୍ରିଷ୍ଣାପ୍ରିୟା ଷଢ଼ଙ୍ଗୀ, ବିଦ୍ୟାଳୟର ଶିକ୍ଷକ ବିବେକାନନ୍ଦ ସାହୁ, ଶାସ୍ୱତୀ ସାମନ୍ତ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଗୀତାଞ୍ଜଳି କୁମାରୀ ଉପସ୍ଥିତ ିଥିଲେ।